ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ: ଯୁବ ନେତୃତ୍ବ ଏବଂ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ

ଫୁଲବାଣୀ/ ଫୁଲବାଣୀ ସହରର ସ୍ଥାନୀୟ ପି ଆଇ ଡି ଏ ସଭାଗୃହ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଯୁବ ନେତୃତ୍ୱ ଓ ଗୋଷ୍ଠୀ ଭିତ୍ତିକ ତାମିଲ କାର୍ଯକ୍ରମ ଅନୁଷ୍ଠିତ ଯାଇ ଅଛି | ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ  ସମୀର କୁମାର ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଡକ୍ଟର ଅନନ୍ତ ଚରଣ ମିଶ୍ର, ରବୀନ୍ଦ୍ର ନାଥ ମିଶ୍ର, ମନୋଜ କୁମାର ପଟନାୟକ, ବସନ୍ତ କୁମାର ପ୍ରଧାନ, ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନବନୀତ୍ କୁମାର ସହ କର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ | ଅନୁଷ୍ଠିତ କାର୍ଯକ୍ରମ କୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୪୦ ଜଣ ଶିବିରାର୍ଥି ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ | ଏହି ତାଲିମ୍ କାର୍ଯ୍ୟକ୍ରମ ଯୁବକ ମାନେ କିପରି ରୋଜଗାର କ୍ଷମ ହୋଇପାରିବେ ତାହାରି ଉପରେ ଆଧାରିତ ବିଭିନ୍ନ ବିଷୟ ବସ୍ତୁ ଉପରେ ତାଲିମ କାର୍ଯ୍ୟ କରାଯାଇଥିଲା |

ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷ  ସ୍ମିତା ରାଣୀ ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଡକ୍ଟର ନୀଳ ମାଧବ ପାଢ଼ୀ ନବୀନ କିଶୋର ପଣ୍ଡା ଏବଂ ରାଜଲକ୍ଷ୍ମୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ| ବୈଠକ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସିବୀରାର୍ଥି ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ରିତୀମା ବାଘ ଧନ୍ୟବାଦ ଅର୍ପଣ କରୁଥିଲେ|

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ବୈଦେଶ୍ଵର ମହାଦେବଙ୍କ ପୀଠରେ ତୃତୀୟ ବାର୍ଷିକ ଯାଜ୍ଞ

Sunil Chandra Nayak

ହମିରପୁର ଉନ୍ନୟନ ପରିଷଦ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

କରନବୀର ସିଂ ଙ୍କ ସାଇକେଲରେ ବିଶ୍ବ ଭ୍ରମଣ

Sunil Chandra Nayak

Leave a Comment

error: Content is protected !!