ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା l l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଚାଲିଛି କାର୍ଯ୍ୟ  

ରାସ୍ତା କାର୍ଯ୍ୟ ଆରମ୍ଭରୁ ଦୁର୍ନିତି 

ତଦାରଖ ଅଭାବରୁ ନିମ୍ନ ମାନର ସାମଗ୍ରୀ ବ୍ୟବହାର    

ମାସେ ତଳେ ସମ୍ପୃକ୍ତ ଅଧିକାରୀଙ୍କ ଅଞ୍ଚଳରେ ସମାନ ଅଭିଯୋଗ ଆସିଥିଲା 
ତଦନ୍ତ ବଦଳରେ ନିରବ ଥିଲେ 

ରାଇଘର (ମ ନି ସ )୨୭/୧୨- ଦୁର୍ଗମ ଗ୍ରାମ ଗୁଡିକକୁ ପକ୍କା ରାସ୍ତା ଯୋଗାଇଦେବା ନିମନ୍ତେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ରାସ୍ତା ଅଳ୍ପ ଦିନ ମଧ୍ୟରେ ଶୋଚନୀୟ ହୋଇ ପଡିବା ସହିତ ରାସ୍ତା ଉପରୁ ପିଚୁ ଉଠି ଯାଇ ଆଣ୍ଠୁଏ ଖାଲ ସୃଷ୍ଟି ହୋଇଥିବା ଭଳି ଅନେକ ରାସ୍ତାର ସମସ୍ୟା ଦେଖିବାକୁ ମିଳିଛି l ତେବେ ରାଇଘର ବ୍ଲକର ଆଦିବାସୀ ବୀରପୁର୍ ଠାରୁ ବୈପାରିଡିହି ଦେଇ ଜୋଡିଙ୍ଗାକୁ ସଂଯୋଗ କରୁଥିବା ରାସ୍ତାରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ନେଇ ମାସେ ତଳେ ଖବର ପ୍ରକାଶିତ ହୋଇଥିବା ବେଳେ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ତଦାରଖ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ସହ ସବୁ ଜାଣି ନିରବ ରହିବା ଯୋଗୁଁ ନିମ୍ନ ମାନର ସାମଗ୍ରୀ ଉଠା ଯାଇନଥିଲା ବର୍ତମାନ ପୁଣିଥରେ ସେହି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦାଇତ୍ୱରେ ଥିବା ରାଇଘର ବ୍ଲକର ଡୁମୁରିମୁଣ୍ଡା ଠାରୁ କୋରବେଲା ଓ ଦେବାଗାଁ ପଂଚାୟତ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି ଫଳରେ ରାସ୍ତାର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନ ଉଠିଛି l ଖୁଲମ୍ ଖୁଲା ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ବେଳେ ତଦାରଖ କରିବାକୁ ଅଧିକାରୀ ନାହାନ୍ତି l ସମ୍ପୃକ୍ତ ସେହି କନିଷ୍ଠ ଯନ୍ତ୍ରୀଙ୍କ ଅଞ୍ଚଳରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ସ୍ଥାପନ ନେଇ ଚର୍ଚା ଜୋର୍ ଧରିଛି l ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଥିବା ଅନ୍ୟ ଅଧିକାରୀ ଦାଇତ୍ୱରେ ଥିବା ଅଞ୍ଚଳରେ ସଠିକ୍ ସାମଗ୍ରୀ ବ୍ୟବହାର ହେଉଥିବା ବେଳେ ଜଣେ ଅଧିକାରୀ ବାରମ୍ବାର ନିମ୍ନ ମାନର ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ବ ଦେବା ଘଟଣାର ତଦନ୍ତ ହେବା ଆବଶ୍ୟକତା ରହିଛି l

 ଡୁମୁରିମୁଣ୍ଡା ଠାରୁ କୋରବେଲା ଓ ଦେବାଗାଁ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ସହ ଦାବୀ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତଦାରଖ କରାଯାଇ ନୂତନ ରାସ୍ତା ନିର୍ମାଣ ନିମନ୍ତେ ନକ୍ସା ପ୍ରସ୍ତୁତ ହୋଇଥିଲା l କେତେ ଟଙ୍କା ବ୍ୟୟରେ ରାସ୍ତା କାର୍ଯ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଦର୍ଶାଯାଇ ନ ଥିବା ଯୋଗୁଁ ସମସ୍ତ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ l ଗୁରୁତ୍ବପୁର୍ଣ୍ଣ ବିଷୟ ହେଉଛି ରାସ୍ତା କାର୍ଯ୍ୟରେ ବ୍ୟବହାର କରାଯାଉଥିବା କଞ୍ଚା ମାଲ ବ୍ୟବହାର ସହ ସ୍ଲାଇଡର ଚିପ୍ସ,ମେଟାଲ ଯାହା ବ୍ୟବହାର ଉପଯୋଗୀ ନୁହେଁ ତାହା ଉକ୍ତ କାର୍ଯ୍ୟରେ ବ୍ୟବହାର ହୋଇଛି l ଛତିଶଗଡ଼ର ନିମ୍ନ ମାନର ସାମଗ୍ରୀ ରାସ୍ତା ନିର୍ମାଣ ରେ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି l ନୂତନ ଭାବେ ମେଟାଲ ବ୍ୟବହାର କାର୍ଯ୍ୟ ଜାରୀ ରହିଥିବା ବେଳେ ଘଟଣା ସ୍ଥଳରେ କୌଣସି ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିନାହିଁ ଏ ସଂପର୍କରେ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନାରାୟଣ ବେହେରାଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ଉଠାଇ ନ ଥିଲେ ବରଂ କାଟି ଦେଉଥିଲେ l ମାସେ ତଳେ ସମ୍ପୃକ୍ତ ଅଧିକାରୀଙ୍କ ଅଞ୍ଚଳରେ ସମାନ ଏଭଳି ନିମ୍ନ ମାନର ଅଭିଯୋଗ ଆସିବା ପରେ ଅଧିକାରୀ ତଦନ୍ତ ବଦଳରେ ନିରବ ରହିଥିଲେ l ପୁର୍ବ କାର୍ଯ୍ୟର ଅଭିଯୋଗ ରେ ବିଭାଗୀୟ ଅଧିକାରୀ ନିମ୍ନ ମାନର ସାମଗ୍ରୀକୁ ହଟାଇବା ବଦଳରେ ନିରବ ରହି ବ୍ୟବହାର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ବର୍ତମାନ ପୁଣିଥରେ ସେହି ଅଧିକାରୀଙ୍କ ଅଞ୍ଚଳରେ ଘଟଣା ସ୍ଥଳରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହୋଇଛି l ଯେଉଁ ସାମଗ୍ରୀ ବ୍ୟବହାର ଉପଯୋଗୀ ନୁହେଁ ତାହାକୁ ନିଜେ କନିଷ୍ଠ ଯନ୍ତ୍ରୀ ଜାଣି ନିରବ ରହିଛନ୍ତି l ଫଳରେ କୋଟି କୋଟି ଟଙ୍କାର ରାସ୍ତା କାର୍ଯ୍ୟରେ ଠିକାଦାର ଓ ଯନ୍ତ୍ରୀ ମଧ୍ୟରେ ମଧୁ ଚନ୍ଦ୍ରିକା ସହ ସଲା ସୁତରା ଅଭିଯୋଗ ହୋଇଛି l ଯେଉଁ ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳର ରାସ୍ତା ଗୁଡିକର ଉନ୍ନତି କରଣ ନିମନ୍ତେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ନିର୍ମାଣ ହେଉଛି ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଅଳ୍ପ ଦିନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି l ଉକ୍ତ ରାସ୍ତାର ବର୍ତମାନ ରାସ୍ତା କାର୍ଯ୍ୟ ଜାରୀ ରହିଛି ଘଟଣା ସ୍ଥଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଜିଲା ସ୍ତରୀୟ ଟିମ୍ ସ୍ବତନ୍ତ୍ର ଭାବେ ତଦନ୍ତ କଲେ ଦୁର୍ନିତି ସହ ନିମ୍ନ ମାନର ସାମଗ୍ରୀ ଘଟଣାର ପର୍ଦ୍ଧାପାଶ୍ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ରାଇଘର ବ୍ଲକ ଏକ ଉପାନ୍ତ ତଥା ଛତିଶଗଡ ସୀମାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ଅନେକ ଉନ୍ନୟନ କାର୍ଯ୍ୟର ତଦାରଖ ହେଉ ନାହିଁ ଯାହାର ଫାଇଦା ଠିକାଦାର ଖୁଲମ୍ ଖୁଲା ଉଠାଇବା ସହ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରୁଛନ୍ତି l ଜିଲ୍ଲା ପ୍ରସାଶନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଖୋଜ ହେମନ୍ତର ମିଳୁନାହିଁ ପତ୍ତା, ଚିନ୍ତାରେ ପରିବାର 

masiha

୧୩୦ ଦିନ ହେଲା ବର୍ଷା ନାହିଁ , ଦେଖାଦେଇଛି ବନାଗ୍ନି ଭୟ

Sunil Chandra Nayak

ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପିତ 

masiha

Leave a Comment

error: Content is protected !!