ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ସମ୍ବିଧାନ ଦିବସ ପାଳିତ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ସମ୍ବିଧାନ ଦିବସ ପାଳିତ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା ୨୬.୧୧.୨୦୨୩ ରିଖ ରବିବାର ଦିନ ରାୟଗଡା ସିଭିଲକୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଜିଲ୍ଲା ଆଇନ ସେବାପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ସୋନାଲି ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶୀନି, ମହିଳା କୋଟର ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ଶୋନଲ ସର୍ମା, ରେଜିଷ୍ଟର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୋମ୍ୟରୂପ ସାହୁ, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ବାର୍ ଆସୋସିଏସନ୍ ର ସଂପାଦକ ଙ୍କ ସମେତ ବହୁ ଓକିଲ, କୋର୍ଟ କର୍ମଚାରୀ ଓ ଜିଲ୍ଳା ଆଇନସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଓକିଲ, କୋର୍ଟ କର୍ମଚାରୀ ମାନେ ସମ୍ବିଧାନ ର ଉଦେଶିକା ପାଠ କରିଥିଲେ I ପରିଶେଷରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଉପସ୍ଥିତ ଥିବା ସମସ୍ତଙ୍କୁ ଆଇନ୍ ଦିବସର ସୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ମାଧ୍ୟମରେ ଆଇନ୍ ଦିବସର ମହତ୍ବ, ଆଇନର ଉତ୍ପତ୍ତି, କାର୍ଯ୍ୟଧାରା, ସମ୍ବିଧାନର ଆବଶ୍ୟକତା ଭଳି ବହୁ ଗୁରୁତ୍ବପୂର୍ଣ୍ନ ଦିଗ ଉପରେ ଆଲୋକପାତ କରିଥିଲେ I ଉପସ୍ଥିତ ଥିବା ଅନ୍ୟାନ୍ୟ ବକ୍ତାମାନେ ନିଜର ଅଭିଭାଷଣ ରେ ଆଇନସେବା ପ୍ରାଧିକରଣର ଉଦ୍ଦେଶ୍ୟ, ସୁସ୍ଥ ସମାଜ ଗଠନ ରେ ଆଇନଜିବୀ ମାନଙ୍କର ଭୂମିକା ଆଦି ଦିଗ ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ବାର୍ ଆସୋସିଏସନ୍ ର ଓକିଲ୍, ଜିଲ୍ଳା ଅଦାଲତ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ, ପାରା ଲିଗାଲ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦାୟିତ୍ୱରେ ଥିବା ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ଜନ୍ମଜୟନ୍ତୀ ଅବସରରେ ଧର୍ମଗଡ କୋର୍ଟ ପରିସରରେ ସଫେଇ କାର୍ଯ୍ୟକ୍ରମ

masiha

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଝିଗିଡିରେ ପିକଅପ୍ ଓଲଟି ୧୮ ଗୁରୁତର ଘଟଣା

Sunil Chandra Nayak

Leave a Comment

error: Content is protected !!