ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳ

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳ

ମୟୂରଭଞ୍ଜ- ୧୩/୦୨ // ବାବା ତିଲକା ମାଝିଙ୍କ ୨୭୬ ତମ ଜୟନ୍ତୀ ଅବସରରେ ବାବା ତିଲକା ମେମୋରିଆଲ କ୍ଲବ ଧରମଡିହି ତରଫରୁ ୩୩ ତମ ବାବା ତିଲକା ମାଝିଙ୍କର ଜନ୍ମ ଦିବସ ପାଳନ ସହିତ ପାର୍ସୀସିଂଚାନ୍ଦ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଗୁରୁଞ୍ଜେପେଲ ( ଗୁରମାହା ) ଦିବସ ପାଳନ କରାଯାଇଥିଲା । ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।ଏକ ଏିତିହାସିକ ପଦକ୍ଷେପ ୩୨ ବର୍ଷ ପୂର୍ବେ ଦିନବେଳେ ଡ୍ରାମା ପ୍ରତିଯୋଗୀତା ଏବଂ ୨୦୨୫ ରେ ପ୍ରଥମ ଥର ପାଇଁ ଦିନବେଳେ ପ୍ରି ଲୋଙ୍ଗ ଯାତ୍ରା ଆୟୋଜନ କରିଥିଲେ । ଏହି ପରିପ୍ରେକ୍ଷୀରେ ମିଶନ ଆଲଚିକି କିପରି ଭାବେ ସଫଳ ହେବ ତାହାକୁ ନେଇ ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଆହ୍ବାନ ଦିଆଯାଇଥିଲା । ଏହି ଉତ୍ସବକୁ ବ୍ଲକ  ଅଧ୍ୟକ୍ଷ ପରମେଶ୍ବର ସାମାଡ ଓ ଉପ ଅଧ୍ୟକ୍ଷା ପୂର୍ଣ୍ଣିମା ବାର୍ଦା , ୨୧ ନମ୍ୱର ଜୋନର ଜିଲ୍ଲାପରିଷଦ ସଭ୍ୟ ପରେଶ ମୁଣ୍ଡା ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବର ପ୍ରଥମ ଦିନରେ ପ୍ରି ଯାତ୍ରା ପରିବେଷଣ କରାଯାଇଥିଲା । ଏହି ଉତ୍ସବର ପ୍ରଥମ ଦିନରେ ପ୍ରାୟ ଦଶ ହଜାର ଲୋକଙ୍କ ସମାବେଶ ହୋଇଥିଲା ।ଏହା ସହିତ ବଡ ଧରଣର ମେଳା ମଧ୍ୟ ଲାଗିଥିଲା । ଉଦଯାପନ ଉତ୍ସବର ଦିତ୍ୱୀୟ ଦିନରେ କାତି ଖେଳ ପ୍ରତିଯୋଗିତା , ଅଲଚିକିରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା , ଡାହାର ଏନେଜ ପ୍ରତିଯୋଗିତା କରି ଶେଷ ବେଳକୁ ଆଦିବାସୀ ପରମ୍ପରାଗତ ପୁରୁଷ , ମହିଳା ମାନଙ୍କର ଆଦିବାସୀ ସଂସ୍କୃତି ଭିତ୍ତିକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହାକୁ ଲକ୍ଷ୍ମଣ ମାରାଣ୍ଡି ତତ୍ୟାବଧନ କରିଥିଲେ । ବିଶେଷ ଭାବରେ ଏହି କ୍ଲବର ସଭାପତି ସାଉନା ବେଶ୍ରା , ସଂପାଦକ ହରିଶ ଚନ୍ଦ୍ର ମାର୍ଣ୍ଡି , କଷାଧ୍ୟକ୍ଷ ଲାଲମୋହନ ମୁର୍ମୁ ଏହା ଛଡ଼ା ଉପଦେଷ୍ଟା ମଣ୍ଡଳୀରେ ଲକ୍ଷ୍ମଣ ମାରାଣ୍ଡି , ମଙ୍ଗଲା ମାରାଣ୍ଡି , ଫଗୁରାମ ମାରାଣ୍ଡି , ରାମସାଏ କିସ୍କୁ , ବିଟିଏମସି ଧରମଡିହି ଏମାନଙ୍କ ପ୍ରୟାସ ସହଯୋଗରେ ବିରାଟକାୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏଥିରେ ତିରିଙ୍ଗ ପୋଲିସ ଅଧିକାରୀ ପ୍ରଶାନ୍ତ ଜେନାଙ୍କ ଟିମ୍ ଭିଡ଼ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳାରେ ବିଶେଷ ଭାବେ ଧ୍ୟାନ ରଖି ପର୍ଯ୍ୟାପ୍ତ କର୍ମୀ ରଖି ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ରୋଟାରୀ କ୍ଳବ ଆନୁକୁଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚକ୍ଷୁ ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ରାସ୍ତା ହେଲା କାଦୁଅ ରାସ୍ତା, ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା

masiha

ଗୁରୁ ଲାକୋ ଚନ୍ଦ୍ରାଙ୍କ ପ୍ରତିମୁର୍ତ୍ତି ସ୍ଥାପନ  ନିମନ୍ତେ ପ୍ରସ୍ତୁତି ଜୋରଦାର

Sunil Chandra Nayak

Leave a Comment

error: Content is protected !!