ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ନାଟକ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା କଲେଜରେ ନାଟକ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା/ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ସଭା ଗୃହରେ ଓଡ଼ିଆ ବିଭାଗ ତରଫରୁ ‘ସ୍ବାଧୀନତା ପରବର୍ତ୍ତୀ ନାଟ୍ୟ ପରମ୍ପରା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟା ସହକାରୀ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ଆବାହକତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଷୟ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ତଥା ବିଶିଷ୍ଟ ନାଟ୍ୟ ପୁରୁଷ ଡଃ ସମର ମୁଦାଲି ଏବଂ ନୀଳଶୈଳ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡଃ ସୁଶାନ୍ତ କୁମାର କିଷାନ। ଆଲୋଚନାଚକ୍ରର ସଂଯୋଜିକା ଅନିତା ଜଗଦ୍ଦେବ ଭିତ୍ତି ପ୍ରବନ୍ଧ: ‘ନାଟ୍ୟକାର କାଳିଚରଣ ପଟ୍ଟନାୟକଙ୍କ ସୃଷ୍ଟି ସମୀକ୍ଷା’ ପାଠକରି ଅତିଥିମାନଙ୍କ ଦ୍ବାରା ବହୁ ପ୍ରଶଂସିତ ହୋଇଥିଲେ। ପ୍ରଫେସର ମୁଦୁଲି ସ୍ବାଧୀନତା ପରବର୍ତ୍ତୀ ନାଟ୍ୟ ପରମ୍ପରାର ଆଙ୍ଗିକ ଓ ଆତ୍ମିକ ଦିଗକୁ ବିଶ୍ଲେଷଣ କରିଥିଲେ ।ନାଟ୍ୟକାର କାଳିଚରଣ ପଟ୍ଟନାୟକଙ୍କ ଠାରୁ ଗୋପାଳ ଛୋଟରାୟ, ରାମଚନ୍ଦ୍ର ମିଶ୍ର, ପ୍ରାଣବନ୍ଧୁ କରଙ୍କ ପାରମ୍ପରିକ ନାଟ୍ଯଧାରା ଏବଂ ମନୋରଞ୍ଜନ ଦାସଙ୍କ ଠାରୁ ବିଜୟ ମିଶ୍ର, ବିଶ୍ବଜିତ ଦାସ, ରମେଶ ପାଣିଗ୍ରାହୀଙ୍କ ପ୍ରୟୋଗବାଦୀ ନବ ନାଟ୍ୟ ଧାରା ତଥା ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କ ଠାରୁ ରତ୍ନାକର ଚଇନି, ରଣଜିତ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ,ବିଜୟ ଶତପଥି, ନାରାୟଣ ସାହୁ, ମଙ୍ଗୁଳୁ ଚରଣ ବିଶ୍ବାଳଙ୍କ ଉତ୍ତର ଆଧୁନିକ ନାଟ୍ୟ ପରମ୍ପରା ପର୍ଯ୍ୟନ୍ତ ଏବଂ ମୁକ୍ତ ମଞ୍ଚରୁ ଏକମୁଖୀ ମଞ୍ଚ, ବେତାର ନାଟକରୁ ମିଥ୍ ନାଟକର ଜୟଯାତ୍ରା ସଂପର୍କରେ ଆଲୋକପାତ କରିଥିଲେ। ବିଷୟ ବିଶେଷଜ୍ଞ ଡଃ କିଷାନ ‘କାଳିଚରଣ ପଟ୍ଟନାୟକଙ୍କ ‘ରକ୍ତମାଟି’ ନାଟକର ସାମାଜିକ ସମସ୍ୟା’ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ସଂଗୀତ ଗାନ କରିଥିଲେ ପୂଜାରାଣୀ ମହାପାତ୍ର, ପୂଜା କୁସୁମ ଏବଂ ଅଭିଲିପ୍ସା ସ୍ବାଇଁ। ଆଲୋଚନାଚକ୍ରର ଲକ୍ଷ୍ଯ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ ସହକାରୀ ପ୍ରାଧ୍ୟାପିକା ଶ୍ରୀମତୀ ମଥାନ। ସହକାରୀ ପ୍ରାଧ୍ୟାପକ ବନବିହାରୀ କିଷାନ ଅତିଥିମାନଙ୍କ ପରିଚୟ ରଖିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ। ଏହି ଆଲୋଚନାଚକ୍ରରେ ରାଉରକେଲାସ୍ଥ ନୀଳଶୈଳ ମହାବିଦ୍ୟାଳୟ-ଜଗଦା, କାଷ୍ଟ ମହାବିଦ୍ୟାଳୟ-ବନ୍ଧମୁଣ୍ଡା, ହୃଷୀକେଶ ରାୟ ମହାବିଦ୍ୟାଳୟ -ଛେଣ୍ଡ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ପାନପୋଷର ଓଡ଼ିଆ ବିଭାଗର ଛାତ୍ର-ଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ହୃଷୀକେଶ ରାୟ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ଦାସ, ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଭାତ ବଳ, ନାଟ୍ୟ ପ୍ରେମୀ ବିଶ୍ଵ ରଂଜନ ବାରିକ, ନାଟ୍ୟ ନିର୍ଦ୍ଦେଶକ ବିଜୟ ଭୋଳ ସମେତ ପ୍ରକାଶ ମେହେର, ଅନୁ ଧନୱାର, କ୍ରାନ୍ତି ଓରାମ, ଗୋପାଳକୃଷ୍ଣ ଦାଶ, ପ୍ରକାଶ ଓଝା, ହିମାଂଶୁ ନାୟକ, ଛବିଳ ସେଠୀ, ଅଭିଷେକ ପରିଡ଼ା, ରୂପେଶ ଗୋପ, ସୌମ୍ୟରଞ୍ଜନ ମହାନ୍ତି, ଲିପ୍ସା ବଳିଆର ସିଂହ, ତପସ୍ଵିନୀ କୁମ୍ଭାର, ସୁଶ୍ରୀରେଖା ବେହେରା, ସୋନାଲି ମହାନନ୍ଦ, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା, ସଂଘମିତ୍ରା ପାତ୍ର, ଅନୁଶ୍ରୀ ରାଉତ, ସୁଶାନ୍ତି ତିର୍କି, ବିଳାସ ମୁନି ସିଂ, ସୁଷମା ବେକ, ମନୀଷା ନାଗ, ମନୀଷା କେର୍କେଟା, ସାଲୋନି କଂସାରୀ, ଲିଜା କିଷାନ, ସରସ୍ଵତୀ ମାଣିକପୁରୀ, ପୂର୍ଣ୍ଣିମା ପତି, ଶ୍ରିୟା ବାଗ, ମାଳତୀ ଲାକ୍ରା, ବିଷ୍ଣୁ ପ୍ରିୟା ସା, କ୍ରିଷ୍ଣା ଘଇ, ମନୀଷା ମହାରଣା ପ୍ରମୁଖ ବହୁ ଓଡ଼ିଆ ଛାତ୍ର-ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସିନାପାଲି ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ

Sunil Chandra Nayak

ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ , ମେଦିନୀପୁର ରେ ପୋଷାକ ବିତରଣ ଉତ୍ସବ – ୨୦ ୨୩

Sunil Chandra Nayak

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!