ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

ରାଉରକେଲା ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

ରାଉରକେଲା, ଆଜି ୧୧ ଅକ୍ଟୋବର, ୨୦୨୫: ସହରର ବିକାଶ ପ୍ରତି ସରକାରଙ୍କ ଉଦାସୀନତା ବିରୋଧରେ ଆଜି ଶହ ଶହ ଲୋକ ରାଉରକେଲାର ବିସ୍ରା ଛକରେ ଏକତ୍ରିତ ହୋଇଥିଲେ। ଆଜିର ଦିନଟି ଦେଶର ମହା ଜନନାୟକ ତଥା କ୍ରାନ୍ତିକାରୀ ନେତା ,ହିନ୍ଦ ମଜଦୁର ସଭାର ପ୍ରାଣ ପ୍ରତିଷ୍ଠାତା ସ୍ଵର୍ଗତ ଜୟ ପ୍ରକାଶ ନାରାୟଣ 124ତମ ଜନ୍ମ ଦିବସରେ, ରାଉରକେଲାର ହିନ୍ଦ୍ ମଜଦୁର ସଭା,ସେଭ ରାଉରକେଲା ରାଉରକେଲା ରେଳ ଓ ସଡ଼କ ଉପଯୋଗକାରୀ ସଂଘ ରାଉରକେଲା ଜିଲ୍ଲା କାର୍ୟକାରୀ କମିଟି ଏବଂ ରାଉରକେଲା ବିକାଶ ମଞ୍ଚ,ଥିଙ୍କର୍ସ ଫୋରମ୍,ରାଉରକେଲା ବିମାନବନ୍ଦର ପୂର୍ଣ୍ଣାଙ୍ଗୀ କରଣ କ୍ରିୟାନୁଷ୍ଠାନ କମିଟି, ରାଉରକେଲା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ,ସଚେତନ ନାଗରିକ ମଞ୍ଚ, ରାଉରକେଲା ବିକାଶ ମଞ୍ଚ, ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ,ରାଉରକେଲା ରେଳ ଓ ସଡ଼କ ଉପଯୋଗକାରୀ ସଂଘ ସମେତ ସଂଗଠନଗୁଡ଼ିକର ମିଳିତ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏହି ପ୍ରତିବାଦରେ ସ୍ଥାନୀୟ ଲୋକଙ୍କର ବିପୁଳ ଯୋଗଦାନ ଦେଖିବାକୁ ମିଳିଥିଲା।

ପ୍ରତିବାଦକାରୀମାନେ ରାଉରକେଲା କୁ ଜିଲ୍ଲା ଓ ସ୍ଵତନ୍ତ୍ର ଭାବେ ଲୋକସଭା ଆସନ ଘୋଷଣା,ବାହ୍ୟ ରିଙ୍ଗ ରୋଡ୍, ବୃହତ୍ତର ରାଉରକେଲା ମହାନଗର ନିଗମ , ଶଙ୍ଖ, କୋଏଲ ଏବଂ ବ୍ରାହ୍ମଣୀ ନଦୀକୂଳର ବିକାଶ ସମେତ ନୂତନ ଭାବେ ଏହି ଅଞ୍ଚଳର ବିକାଶ ପାଇଁ ବେଦବ୍ୟାସ ସଙ୍ଗମରୁ ଝିରପାଣି, ବିଶ୍ରା ,ଲାଠିକଟା ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ ସହିତ ଏକ କୋର୍ ରିଂ ରୋଡ୍ ନିର୍ମାଣ, ସମେତ କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ପ୍ରତିଷ୍ଠା,ରାଉରକେଲା ସରକାରୀ ଡାକ୍ତରଖାନା ର ଉନ୍ନତିକରଣ ସହ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ଘୋଷଣା ରାଉରକେଲା ବିମାନବନ୍ଦର କୁ 4C ଲାଇସେନ୍ସପ୍ରାପ୍ତ ବିମାନବନ୍ଦରର କାର୍ଯ୍ୟ ତୁରନ୍ତ ଆରମ୍ଭ ,ରାଉରକେଲା ଠାରେ ରେଳ ଡିଭିଜନ ପ୍ରତିଷ୍ଠା ସହିତ ଏହି ଡିଭିଜନ କୁ ପୂର୍ବ ତଟ ରେଳ ଜୋନ୍ ରେ ସାମିଲ କରିବାକୁ ମଧ୍ୟ ଦାବି କରିଥିଲେ।

ପ୍ରତିବାଦକାରୀମାନେ ଆଲୋକପାତ କରିଥିଲେ ଯେ ରାଜ୍ୟ ପାଇଁ ସର୍ବାଧିକ ରାଜସ୍ୱ ରାଉରକେଲା ଓ ବଣେଇ ରୁ ରାଜ୍ଯ ସରକାର ପାଉଥିବା ବେଳେ ଗତ ବଜେଟରେ ରାଉରକେଲା ଓ ବଣେଇଁ କୁ ଗୋଟିଏ ଟଙ୍କା ମଧ୍ୟ ବରାଦ କରାଯାଇ ନାହିଁ। “ଏହା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାଣିଶୁଣି ଅବହେଳାର ସ୍ପଷ୍ଟ ଉଦାହରଣ,” ।

ପ୍ରତିବାଦକାରୀମାନେ ଚେତାବନୀ ଦେଇଥିଲେ ଯେ ଯଦି ସେମାନଙ୍କର ଦାବି ପୂରଣ ନ ହୁଏ, ତେବେ ସେମାନେ ବଣେଇ ଅଞ୍ଚଳ ସମେତ ଏକ ରାଉରକେଲା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଦାବି କରିବେ। “ଆମେ ଆଉ ରାଜ୍ଯ ସରକାର ଙ୍କ ସାବତ ପୁଅ ବ୍ୟବହାରକୁ ସହ୍ୟ କରିବୁ ନାହିଁ। ଆମେ ରାଉରକେଲା ପାଇଁ ନ୍ୟାୟ ଏବଂ ବିକାଶ ଦାବି କରୁଛୁ,” ଆନ୍ଦୋଳନକାରୀମାନେ ଘୋଷଣା କରିଥିଲେ।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ଏକ ସଂକଳ୍ପ ସହିତ ପ୍ରତିବାଦ ଶେଷ ହୋଇଥିଲା।ଆଜି ଜେପି ନାରାୟଣ ଙ୍କ ଜନ୍ମଦିବସ ଉପଲକ୍ଷେ ଆମେ ସମସ୍ତେ ତାଙ୍କ ଫଟୋ ଚରିତ୍ରରେ ମାଲ୍ୟାର୍ପଣ କରି ସଂକଳ୍ପ ନେଉଛୁ ଯେ ରାଉରକେଲାର କୁ ତାର ହକ୍ ନମିଳିଲେ ରାଉରକେଲା କୁ ପଣ୍ଡିଚେରୀ ପରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ପାଇଁ ଆନ୍ଦୋଳନ ଜାରି ରହିବ ଏବଂ ଏହା ସହିତ ଏକ ସ୍ଵରରେ ସ୍ଵର ମିଳାଇ କହି ଚାଲିଲେ ରାଉରକେଲା ବାସୀ ଆମେ ଆମର ହକ୍ ପାଇଁ ଲଢେଇ ଲଢେଇ, ଲଢେଇ ଚାହୁଁ ଲଢେଇ କରି ବଞ୍ଚିବା ଚାହୁଁ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୀର୍ଘ ଦିନର ଦାବି ପୂରଣ କଲେ ବିଧାୟକ ଓ ସାଂସଦ 

masiha

ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରାର ଦ୍ୱିତୀୟ ବୈଠକ ସମାପନ

Sunil Chandra Nayak

Leave a Comment

error: Content is protected !!