ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଲେଟପଡା ଠାରୁ କୁସୁର୍ଲା ରାସ୍ତା ଅତ୍ୟନ୍ତ ଶୋଚନୀୟ

ସିଲେଟପଡା ଠାରୁ କୁସୁର୍ଲା ରାସ୍ତା ଅତ୍ୟନ୍ତ ଶୋଚନୀୟ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଂଚାୟତ ସିଲେଟପଡା ଠାରୁ କୁସୁର୍ଲା ହରଗୋରି ମନ୍ଦିର ଛକ ୫୯ ଜାତୀୟ ରାଜପଥ ଏନ ଏଚ କୁ ସଂଯୋଗ କରୁଥିବା ସିଲେଟପଡା ରାସ୍ତା ମରଣଜନ୍ତା ପାଲଟିଛି l ୨୦୧୫ ମସିହା ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମରାମତି କାର୍ଯ୍ୟ କିମ୍ବା ନୂତନ କାର୍ଯ୍ୟ ହୋଇପାରି ନଥିବାରୁ ତିନି ବର୍ଷ ଧରି ରାସ୍ତା ବିପଦ ପୂର୍ଣ୍ଣ ହୋଇ ପଡିଛି I ବର୍ଷା ମାସରେ ବର୍ଷା ଯୋଗୁ ବିପଦ ଅବସ୍ଥା ରେ ରହିଛି I ଉକ୍ତ ରାସ୍ତା ରେ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ଏବଂ ଆଖ ପାଖ ଅଂଚଳ ଗାଁ ଲୋକେ ପ୍ରତି ଦିନ ଦୁର୍ଘଟଣା ଶିକାର ହେଉଥିବା ସାମାଜିକ କର୍ମୀ ଚୈତନ୍ୟ ସାହୁ, ଦ୍ରୋଣ ସାହୁ ପ୍ରମୁଖ ଜିଲ୍ଲାପାଳ ଏବଂ ବିଡ଼ିଓ ଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି I ସୂଚନା ମୁତାବକ ଗତ ୨୦୨୩ ମସିହା ଅଗଷ୍ଟ ମାସରେ ଜିଲ୍ଲା ପରିଷଦ ସୁରେଶ ଚୌଧରୀ ତତ୍କାଲିନ ୫-ଟି ସଚିବଙ୍କୁ ଲିଖିତ ଦାବି ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ଦେଶ କ୍ରମେ କେସିଙ୍ଗା ଆରଡ଼ି ଅଫିସର ଅଧିକ୍ଷଣ ଯନ୍ତ୍ରୀ ମୁଖ୍ୟ ଯନ୍ତ୍ରୀ ଭୁବନେ ଶବରଙ୍କୁ ଏକ ଚିଠି ଲେଖି ଏହାର ମରାମତି ପାଇଁ ଏକ କୋଟି ଷାଠିଏ ଲକ୍ଷ୍ୟ ଟଙ୍କାର ଆବଶ୍ୟକତା ଥିବା ର ଉଲେଖ୍ୟ କରିଥିଲେ I କିନ୍ତୁ ଆଜି ଯାଏ କୌଣସି କାର୍ଯ୍ୟ ହୋଇପାରୁନି I ଏଥିପ୍ରତି ପ୍ରଶାସନ କୁ ଅଂଚଳ ବାସୀ ଚେତେଇ ଦେଉଛନ୍ତି ଯେ, ଏହି କାମ ଶୀଘ୍ର ନ ହେଲେ ଆଗାମୀ ଦିନରେ ଜନସାଧାରଣ ରାଜ ରାସ୍ତା କୁ ଆସିବେ ବୋଲି ମତ ପ୍ରକାଶ ପାଉଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

୧୩୯ ତମ ବିଶ୍ଵ ଶ୍ରମିକ ଦିବସ ପାଳିତ 

ବ୍ରହ୍ମlକୁମାରୀଜ ରେ ନବରାତ୍ରି ଉପଲକ୍ଷେ ଆଧ୍ୟାତ୍ମିକ ଚେତନା ଝାଙ୍କି 

masiha

ଟେମରା ଠାରେ ଭତରା ସମାଜର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ, ସମାଜକୁ ଶୃଙ୍ଖଳିତ ହେବାକୁ ଆହ୍ୱାନ

masiha

Leave a Comment

error: Content is protected !!