ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ପଲମ ଠାରେ ଆୟୋଜିତ

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ପଲମ ଠାରେ ଆୟୋଜିତ  

ରୁପ୍ରା, ୧୧/୧୦ (ଅଜୟ ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ପଲମ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଶନିବାର ଦିନ ଆୟୋଜିତ ହୋଇଯାଇଛି। କ୍ଲଷ୍ଟର୍ ସଂଯୋଜକ ଡିଲେଶ୍ୱର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମୁଖ୍ୟବକ୍ତା ଭାବେ ନର୍ଲାର ବରିଷ୍ଠ ବିଇଓ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବେ ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ଏବିଇଓ ସୁଢ଼ଳଦେବ ମୁଣ୍ଡ, କଳାହାଣ୍ଡି କଳାକାର ସଂଘର ସମ୍ପାଦକ ଶେଷଦେବ ମିଶ୍ର, ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ସରିଆଁ କ୍ଲଷ୍ଟର ସଂଯୋଜକ ଜିତେନ୍ଦ୍ର ସାହୁ, ପଲମ୍ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପ୍ର ବଗର୍ତ୍ତୀ, ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ ଉମା ମିଶ୍ର, ବିଦ୍ୟାଳୟର ଭୂଦାତା ନଟବର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ କ୍ଳଷ୍ଟର ଅନ୍ତର୍ଗତ ୧୧ଟି ସ୍କୁଲର ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ସେହିପରି ଉଦ୍ଘାଟନୀ ସମାରୋହରେ ବିଶିଷ୍ଟ ଉଦ୍ୟୋଗପତି ବିଭୁ ପ୍ରସାଦ ସାହୁ ମୁଖ୍ୟ ଅତିଥି, ତୁଳାପଡ଼ା ସିଆରସିସି ନୀଳମଣି ସାହୁ ଓ ସରିଆଁ ସିଆରସିସି ଜିତେନ୍ଦ୍ର ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । 

ସାଂସ୍କୃତିକ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ମନୋଜ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ/ଶିକ୍ଷୟିତ୍ରୀ ଛନ୍ଦାଚରଣ ଧରୁଆ, ଜଗନ୍ନାଥ ମାଝୀ, ଯୁବରାଜ ଜାନୀ, ବିଶ୍ବମ୍ବର ହରପାଲ୍, ମୀନକେତନ ବେହେରା, ରାଜେଶ ସାହୁ, ପ୍ରତାପ ସାହୁ, ଜ୍ଞାନେନ୍ଦ୍ର ଗହୀର, ବିଶ୍ବମ୍ବର ପରିଡ଼ା, ଋତୁରାଜ ମାଝୀ, ସୂଚିଶ୍ମିତା ପ୍ରଧାନ, ମନୋଜ ନନ୍ଦ, ଅନିତା ମହାରଣା, ଯୋଗେଶ୍ରୀ ମାଝୀ, ହୃଷି ପଟେଲ, ମିଲିନା ସାହୁ, ବିଶ୍ୱାମିତ୍ର ଗହୀର, ନିର୍ମଳା ବେହେରା, ବିରଞ୍ଚି ନାୟକ, ଭେଙ୍କଟ ମାଝୀ, ରାଜୀବ ଗହୀର, ଶେଷ ବାଗ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ବିପ୍ର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ରାଉରକେଲା ଆନୁକୂଲ୍ୟରେ “ନୂଆଁଖାଇ ଭେଟଘାଟ” ମହାସମାରୋହରେ ପାଳିତ

masiha

ଅଲ୍ ଓଡ଼ିଶା ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କ ୩ ଦଫା ଦାବୀ ଉପସ୍ଥାପନ କରି କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ

masiha

୨୬ ବର୍ଷରେ ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

Leave a Comment

error: Content is protected !!