ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦରେ ଅଗଷ୍ଟ ୩୧ ରିଖ ଠାରୁ ଛୁଟିରେ ରହିଲେ ନବରଙ୍ଗପୁର କୃଷି ବିଭାଗ ର ସମସ୍ତ ଅଧିକାରୀ

ନବରଙ୍ଗପୁର–(ମସିହା)କ୍ୟାଡ଼ର ପୁନଃବିନ୍ୟାସ ର ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଏବଂ ଅନୁରୋଧ ସତ୍ତ୍ୱେ ବିଭାଗ ତରଫରୁ କୌଣସି ନ୍ୟାୟୋଚିତ ପଦକ୍ଷେପ ପରିଲକ୍ଷିତ ନ ହେବାରୁ ଅଗଷ୍ଟ ୩୧ ତାରିଖରୁ ଅନିର୍ଦ୍ଦଷ୍ଟ କାଳ ପାଇଁ ସମୂହ ଛୁଟି ରେ ଯାଇଛନ୍ତି କୃଷି ବିଭାଗର ସମସ୍ତ ଅଧିକାରୀ ।

  ସୂଚନା ଯୋଗ୍ୟ ଯେ, କୃଷି ସେବା ସଂଘ ଦୀର୍ଘ ଦିନ ଧରି କ୍ୟାଡର ର ପୁନର୍ବିନ୍ୟାସ ସମ୍ବନ୍ଧରେ ନିରନ୍ତର ସରକାରଙ୍କ ସହାୟତା ଲୋଡ଼ି ଆସିଛି ଏବଂ ସମୟାନୁସାରେ ସରକାରଙ୍କ ଦ୍ଵାରା ମଗା ଯାଇଥିବା ସମସ୍ତ ତଥ୍ୟାବଳି ଦେବା ସହ ରାଷ୍ଟ୍ରୀୟ କୃଷି ସଂପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (MANAGE) ଦ୍ଵାରା ସୁପାରିଶ କରାଯାଇଥିବା ପୁନର୍ବିନ୍ୟାସ ଦସ୍ତାବିଜ ସମ୍ବନ୍ଧୀୟ ଆଲୋଚନା ଉଚ୍ଚ ସ୍ତରୀୟ ଅଧିକାରୀ ତଥା ମାନ୍ୟବର କୃଷି ମନ୍ତ୍ରୀ ଙ୍କ ସହ କରି ଆସିଛି । କିନ୍ତୁ ପରିଲକ୍ଷିତ ହୋଇଛି ଯେ ମାନ୍ୟବର କୃଷି ମନ୍ତ୍ରୀ ଙ୍କ ଆଲୋଚନା ପରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆ ଯିବାର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଯାଇଛି । ଏହି ସଂକ୍ରାନ୍ତରେ କୃଷି ସେବା ସଂଘ ନିଜର ସାମୂହିକ ଛୁଟିର ନିଷ୍ପତ୍ତି କୁ ଅଗଷ୍ଟ ୮ ରୁ ସ୍ଥଗିତ କରିଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଗ୍ରଗତି ନ ହେବା ଯୋଗୁଁ ଦୁଃଖିତ ହୋଇ ସଂଘ ଏହି ଭଳି କଷ୍ଟକର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ଏହି ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ଜିଲ୍ଲା ର ଜିଲ୍ଲାପାଳଙ୍କ ଦ୍ୱାରା ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲା ।

 କୃଷକକଲ୍ୟାଣ ଯୋଜନା ଯଥା- କାଳିଆ, ବଳରାମ, ସ୍ୱାସ୍ଥ୍ୟବୀମା ହେଉଅବା ସରକାରଙ୍କର ପ୍ରମୁଖ ଯୋଜନା ଯଥା ମାଣ୍ଡିଆମିଶନ୍, ମୂଖ୍ୟମନ୍ତ୍ରୀ ମକା ମିଶନ, ଶସ୍ୟ ବିବିଧିକରଣ ଇତ୍ୟାଦିକୁ ସହର୍ଷେ ଅଧିକାରୀ ମାନେ ସିମୀତ ସାଧନ ସତ୍ତ୍ୱେ କଠୋର ଉଦ୍ୟମ କରି ସଫଳ କରାଇଛନ୍ତି। ବିଗତ ତିନି ଦଶନ୍ଧି ଧରି ୩୧ ଟି ଯୋଜନାରୁ ୩୯ ଟି ଯୋଜନା କାର୍ଯ୍ୟକାରୀ ହେଉଅଛି , ଇତି ମଧ୍ୟରେ ସ୍ଵତନ୍ତ୍ର କୃଷି ବଜେଟର କାୟାକଳ୍ପ ୬୦୦ କୋଟିରୁ ୬୦୦୦ କୋଟି କୁ ବୃଦ୍ଧି ପାଇଛି, କିନ୍ତୁ ତଦନୁରୂପ ଭାବେ ଅଧିକାରୀଙ୍କସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ।

 କୃଷି ଅଧିକାରୀ ମାନେ ନିଜର ଉନ୍ନତ ଜ୍ଞାନ କୌଶଳ ଓ କଠିନ ପରିଶ୍ରବଳରେ କୃଷିକର୍ମଣ, ସ୍କୋଚ୍ ପୁରସ୍କାର ଆଦି ଅନେକ ସମ୍ମାନ ରାଜ୍ୟ ପାଇଁ ଆଣିପାରିଛୁ, ହେଲେ ବର୍ତ୍ତମାନ ପରିସ୍ଥିତିରେ କ୍ୟାଡରରେ ବହୁ ଅସଙ୍ଗତି ଥାଇ ପଦୋନ୍ନତିଟିଏ ପାଇବା ସ୍ୱପ୍ନ ହୋଇ ପଡିଛି ।

 କୃଷି ବିଭାଗର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ ସମ୍ବନ୍ଧିତ ପଦାଧିକାରୀଙ୍କ ଅଭାବରେ କେତେକ ଅତିଜରୁରୀ ସେବା ଯେପରି ରୋଗ ପୋକ ନିଦାନ, ମୃତ୍ତିକା ସ୍ଵାସ୍ଥ୍ୟର ଯତ୍ନ, ପ୍ରଶିକ୍ଷଣ, ସାର ବିହନ ଓ କୀଟନାଶକ ଆଦି କୃଷିସାମଗ୍ରୀର ମାନ ନିୟନ୍ତ୍ରଣ ଓ ପ୍ରବର୍ତ୍ତନ ଆଦି କାର୍ଯ୍ୟ ସମ୍ପାଦନ କରିବା ଅସମ୍ଭବ ହୋଇପଡ଼ୁଛି।

 ଏଭଳି ଗମ୍ଭୀର ପରିସ୍ଥିତିରେ ସରକାର ଉପରୋକ୍ତ ସାମସ୍ୟା ସମୂହର ସମାଧାନ ନକରିବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ଓଡିଶା କୃଷି ସେବା ସଂଘ, ଭୁବନେଶ୍ଵରଙ୍କ ନିଷ୍ପତି କ୍ରମେ ନବରଙ୍ଗପୁର କୃଷି ବିଭାଗର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ମୋଟ ୨୩ ଜଣ କ ଓ ଖ ବିଭାଗର ପଦାଧିକାରୀ ୩୧.୦୮.୨୦୨୩ ଠାରୁ ସମୂହ ଛୁଟି ନେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଜିଲ୍ଲାରେ ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

Sunil Chandra Nayak

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

Leave a Comment

error: Content is protected !!