ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜେଲ୍-ପେଟ୍ରୋଲ୍ ସଙ୍କଟ : ହଇରାଣ ଟ୍ରକ ଚାଳକ ଓ ସାଧାରଣ ଲୋକ

ଡିଜେଲ୍-ପେଟ୍ରୋଲ୍ ସଙ୍କଟ : ହଇରାଣ ଟ୍ରକ ଚାଳକ ଓ ସାଧାରଣ ଲୋକ

କୋଇଡା, : ସମଗ୍ର ଭାରତବର୍ଷରେ ଡିଜେଲ୍ ଓ ପେଟ୍ରୋଲ୍ ଯୋଗାଣରେ ଦେଖାଦେଇଥିବା ସଙ୍କଟର ପ୍ରଭାବ ଏବେ ଖଣି ଅଞ୍ଚଳ କୋଇଡାରେ ଗୁରୁତର ଭାବେ ପଡ଼ିଛି । କୋଇଡା ଅଞ୍ଚଳ ଖଣି ଓ ଶିଳ୍ପ କାର୍ଯ୍ୟକଳାପ ପାଇଁ ପରିଚିତ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଟ୍ରକ ଏହି ରାସ୍ତା ଦେଇ ଯାତାୟାତ କରୁଛି । କିନ୍ତୁ ଅଞ୍ଚଳର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଡିଜେଲ୍ ଓ ପେଟ୍ରୋଲ୍ ଅଭାବ ଦେଖାଦେବାରୁ ଟ୍ରକ ଚାଳକ, ଗାଡ଼ି ମାଲିକ ଓ ସାଧାରଣ ଲୋକ ଭାରି ହଇରାଣ ହେଉଛନ୍ତି ।

ସକାଳୁ ସକାଳୁ ବିଭିନ୍ନ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଅନେକ ଟ୍ରକ ଘଣ୍ଟା ଘଣ୍ଟା ଧରି ଡିଜେଲ୍ ପାଇଁ ଅପେକ୍ଷା କରୁଥିବାବେଳେ କେତେକ ପମ୍ପରେ “ନୋ ଷ୍ଟକ୍” ବୋର୍ଡ ଲାଗିଥିବା ଦେଖାଯାଇଛି । ଡିଜେଲ୍ ନମିଳିବାରୁ ଖଣିରୁ ମାଲ ପରିବହନ କାମ ମଧ୍ୟ ପ୍ରଭାବିତ ହେଉଥିବା ସୂଚନା ମିଳିଛି 

ଟ୍ରକ ଚାଳକମାନଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ପମ୍ପରେ ଅପେକ୍ଷା କରିବାରୁ ସମୟ ଓ ଅର୍ଥ ଉଭୟର କ୍ଷତି ହେଉଛି । ଅନେକ ଗାଡ଼ି ରାସ୍ତାରେ ଅଟକି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସାଧାରଣ ଲୋକମାନେ ମଧ୍ୟ ନିଜ ଦୈନନ୍ଦିନ କାମ ପାଇଁ ପେଟ୍ରୋଲ୍ ନମିଳିବାରୁ ଅସୁବିଧାରେ ପଡ଼ୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖଣି ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏଠାରେ ଇନ୍ଧନର ସଠିକ୍ ଯୋଗାଣ ବ୍ୟବସ୍ଥା ନଥିବା ଦୁଃଖଦ ଘଟଣା । ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ପରିବହନ ବ୍ୟବସ୍ଥା ଓ ଶିଳ୍ପ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେଇ କୋଇଡା ଅଞ୍ଚଳର ସମସ୍ତ ପେଟ୍ରୋଲ୍ ପମ୍ପକୁ ପର୍ଯ୍ୟାପ୍ତ ପରିମାଣର ଡିଜେଲ୍ ଓ ପେଟ୍ରୋଲ୍ ଯୋଗାଣ କରିବାକୁ ସ୍ଥାନୀୟ ଲୋକ ଓ ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ।

କୋଇଡାରୁ ଅକ୍ଷୟ ବିଶ୍ବାଳ

Related posts

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ। ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲା ଜଗନ୍ନାଥ ସେବା ସମିତି

masiha

ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ବାଷିକ ମହୋସବ ପାଳିତ

Sunil Chandra Nayak

କୁହୁରା ରୁ ସନ୍ଦିପଡ଼ା ରାସ୍ତା ଅତ୍ୟନ୍ତ ଶୋଚନୀୟ 

masiha

Leave a Comment

error: Content is protected !!