ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ , ମୂଲ୍ୟାଙ୍କନ ସୁଧାରୀବାକୁ ଦାବି 

ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ , ମୂଲ୍ୟାଙ୍କନ ସୁଧାରୀବାକୁ ଦାବି 

ଭଂଜନଗର,୦୯/୦୯ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ ରହିଛି। ଯାହାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଛି। ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଛାତ୍ରଛାତ୍ରୀ ଏକଜୁଟ ହୋଇ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ରୀଛାତ୍ର ମାନଙ୍କ ଅଭିଯୋଗ ଅନୁଯାୟୀ, ମୂଲ୍ୟାଙ୍କନ ଠିକ ଭାବେ ହୋଇ ନାହିଁ। ଏକାଧିକ ପିଲାଙ୍କ ମାର୍କ ଗୋଟିଏ ବିଷୟରେ ୧୦ରୁ କମ୍‌ ମାର୍କ ଆସିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ଅନ୍ୟାନ୍ୟ କାରଣ ଯୋଗୁ ସେମାନଙ୍କ ପ୍ରକାଶିତ ପରୀକ୍ଷା ଫଳ ଖରାପ ହୋଇଛି। କେଉଁ କାରଣ ପାଇଁ ଏଭଳି ମୂଲ୍ୟାଙ୍କନ ହେଉଛି ତାର ସଠିକ ଯାଞ୍ଚ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏଭଳି ପରିସ୍ଥିତି ଯୋଗୁ ସେମାନଙ୍କ ଭବିଷ୍ୟତ ପାଇଁ ଏକ ଆହ୍ବାନ ସୃଷ୍ଟି କରୁଛି। ଏଥିପ୍ରତି ବିଶବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଛାତ୍ରୀଛାତ୍ର ମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। କର୍ତ୍ତୃପକ୍ଷ ଏଦିଗରେ ଯାଞ୍ଚ କରି ତୁରନ୍ତ ସମସ୍ୟାର ସମାଧାନ ନ କରନ୍ତି ତେବେ ଛାତ୍ରୀଛାତ୍ର ମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ମହାବିଦ୍ୟାଳୟ ଛାତ୍ରୀଛାତ୍ର ମାନେ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତଙ୍କୁ ଭେଟି କୁଳପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ଅଧ୍ୟକ୍ଷ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ସଂପର୍କରେ ଅବଗତ କରାଇଥିବା ଜଣାପଡିଛି।

Related posts

ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଭାଙ୍ଗିଲା ଗଛ ଉଡାଇଲା ଘରର ଆଜବେଷ୍ଟ

ଜିଲ୍ଲା ଗାଁସାଥୀ ମେଟ୍ ସଂଘ ର ବୈଠକ ଓ ନୂତନ କମିଟି ଗଠନ 

masiha

ରାୟଗଡ଼ ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!