ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଅଞ୍ଜନାରାଣୀ ଓ ଗୋପିନାଥ

ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଅଞ୍ଜନାରାଣୀ ଓ ଗୋପିନାଥ 

ରାଉରକେଲା: ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ଆସୋସିଏସନ ତରଫରୁ ସେବା କ୍ଷେତ୍ରରେ ଉଦାହରଣ ପାଲଟିଥିବା ହୋମଗାର୍ଡ ଅଞ୍ଜନାରାଣୀ ମାଝୀ ଓ ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ବାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ଗୋପିନାଥ ବେହେରାଙ୍କୁ ଛେଣ୍ଡ ଥାନା ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ଡ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛେଣ୍ଡ ଥାନା ପ୍ରଭାରୀ ବିକ୍ରମ କେଶରୀ ଭୂୟାଁ ଓ ପ୍ରାକ୍ତନ ପୁଲିସ ଅଧିକାରୀ ରଞ୍ଜିତ କୁମାର ଭୋଇ ଅତିଥି ଭାବେ ଯୋଗଦେଇ ଉଭୟଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅଞ୍ଜନାରାଣୀ ଓ ଗୋପିନାଥ ସେମାନଙ୍କ କର୍ମ, ସମାଜସେବା ପ୍ରତି ପ୍ରତିବଦ୍ଧତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ଅଞ୍ଜନାରାଣୀ ୨୦୦୦ ମସିହାରେ ସିଭିଲ ଡିଫେନ୍ସ ରେ ଯୋଗଦେଇ ପରେ ୨୦୧୭ ରୁ ୨୦୨୫ ମଧ୍ୟରେ ପୋଲିସ ହୋମଗାର୍ଡ ଭାବେ ଯୋଗଦେଇ ୩ ଥର ଶ୍ରେଷ୍ଠ ନିଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ। ତେବେ ଛେଣ୍ଡର ପ୍ଲୁଟନ ମଲ ନିକଟରେ ହୋଇଥିବା ଦୁର୍ଘଟଣାରେ ଶିକାର ହୋଇଥିବା ଇଶ୍ଵର ଓରାମଙ୍କୁ ମାନବିକତା ଦେଖାଇ ତାଙ୍କୁ ବଞ୍ଚାଇବା ପାଇଁ ସିପିଡି ଦେବା ସହ ହସ୍ପିଟାଲ ପହଞ୍ଚାଇ ଥିଲେ । ସେହିପରି ଗୋପିନାଥ ଦିବ୍ୟାଙ୍ଗ ହୋଇ ମଧ୍ୟ କାହା ଉପରେ ନିର୍ଭର ନକରି ନିଜକୁ ସ୍ବାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି। ଶେଷରେ କୀର୍ତ୍ତନ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ବିଶ୍ବାଳ, ବ୍ରହ୍ମାନନ୍ଦ ମହାନ୍ତି, ଖଗେଶ୍ବର ରାଉଳ, ପ୍ରଶାନ୍ତ ମହାପାତ୍ର, ମୋହନପାଣି କାରୁଆ, ପ୍ରମୋଦ ବେହେରା, ସୁବାସ ବିଶ୍ବାଳ, ଉପେନ୍ଦ୍ର ବେହେରା, ବିଶ୍ବନାଥ ଦାସ, ସୁଧୀର ନାଥ,ରବି ନାୟକ, ବେଣୁଧର ମଲ୍ଲ ଓ ଥାନା ପକ୍ଷରୁ ସବଇନ୍ସପେକ୍ଟର ପ୍ରିୟଙ୍କା ସାହୁ, ଓମ୍ ପ୍ରକାଶ ରାଉତରାୟ ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିବ୍ୟାଙ୍ଗ ହେଲେ ମଧ୍ୟ ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ସୁନା ଝିଅ ପାୟଲ ନାଗ  

Sunil Chandra Nayak

ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷା ଉପକରଣ ପ୍ରଦର୍ଶନୀ

Sunil Chandra Nayak

ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!