ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଏସ.ଏ.କେ ଜାହିରା ଅହମଦ ଙ୍କ ଅଧ୍ୟକ୍ଷତାରେ ତା-୨୨.୦୮.୨୦୨୪ ରିଖ ଗୁରୁବାର ଦିନ ଅପରାହ୍ନ ଘ.୩.୦୦ମି ରେ ସ୍ଥାନୀୟ ହାଲୁଆ ଗ୍ରାମ ପଞ୍ଛାୟତ ପରିସରରେ ଲୋକ ମାନଙ୍କ ପାଇଁ ସରକାରଙ୍କ ତରଫ ରୁ ଉପଲବ୍ଧ ଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସଂପର୍କ୍ତିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ, ବି.ଡି.ଓ ଶ୍ରୀ ଅମୁଲ୍ୟ କୁମାର ସାହୁ, ତହସିଲଦାର ପ୍ରିୟଦର୍ଶିନି ସ୍ୱାଇଁ, ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀ ସାମୁଏଲ ତାଣ୍ଡି, ଦେବରାଜ ନାଏକ, ହାଲୁଆ ଗ୍ରାମ ପଞ୍ଛାୟତର ସରପଞ୍ଛ, ଗ୍ରାମ ପଞ୍ଛାୟତ ଅଫିସର, ହାଲୁଆ ଗ୍ରାମ ପଞ୍ଛାୟତର ପି.ଇ.ଓ ଓ ଅନ୍ୟ କର୍ମଚାରୀ ଓ ହାଲୁଆ ଗ୍ରାମ ପଞ୍ଛାୟତ ର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ I ନିଜର ବକ୍ତବ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଅଂଶଗ୍ରହଣ କାରୀ ମାନଙ୍କୁ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସଂପର୍କରେ ବିସ୍ତୂତ ଭାବରେ ଅବଗତ କରାଇବା ସଙ୍ଗେ ସଙ୍ଗେ ଏହି ଯୋଜନାରେ ହିତାଧିକାରୀ ମାନେ କିପରି ନିଜକୁ ପଞ୍ଜକୃତ କରାଇ ଯୋଜନାର ସୁଫଳ ଉପଲବ୍ଧ କରିପାରିବେ ସେ ସଂପର୍କରେ ଅବଗତ କରାଇଥିଲେ I ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନିଜର ବକ୍ତବ୍ୟରେ ବିଭିନ୍ନ ସରକାରୀ ଯୋଜନା ଜନସାଧାରଣ ଙ୍କ ପାଖରେ ଉପଲବ୍ଧ ନହେଲେ ତାପାଇ ଆଇନରେ କଣ କଣ ସୁବିଧା ଅଛି ସେ ବିଷୟରେ ଅଂଶଗ୍ରହଣ କାରୀ ମାନଙ୍କୁ ବିସୃତ ଭାବରେ ଅବଗତ କରାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ହାଲୁଆ ପଞ୍ଛାୟତର ସରପଞ୍ଛ୍ ଓ ଲୋକ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପାଦିତ ହୋଇଅଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୂର୍ଗା ନଦୀର ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ

masiha

ଜୁନାଗଡ଼, ଲଙ୍କେଶ୍ୱରୀ ପ୍ରେସ କ୍ଲବ ର ନୁର୍ତ୍ତନ କର୍ମକର୍ତ୍ତା ଚୟନ 

masiha

ଉତ୍କଳମଣି ସେବାସଂସ୍ଥା ଅାନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବାକାର୍ଯ୍ୟ

masiha

Leave a Comment

error: Content is protected !!