ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ନବରଙ୍ଗପୁର ରେଳପଥ, ଧର୍ମଗଡ ଷ୍ଟେସନ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା। ରେଳପଥ ଧର୍ମଗଡ କୁ ସମ୍ପ୍ରସାରିତ ହେବା ନେଇ ଆଶା ସଂଚାର….

ଜୁନାଗଡ଼ ନବରଙ୍ଗପୁର ରେଳପଥ,

ଧର୍ମଗଡ ଷ୍ଟେସନ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା।

ରେଳପଥ ଧର୍ମଗଡ କୁ ସମ୍ପ୍ରସାରିତ ହେବା ନେଇ ଆଶା ସଂଚାର….

ଧର୍ମଗଡ଼କୁ ରେଳ ଲାଇନ ସଂପ୍ରସାରଣ ଦାବୀ ହେଉଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଧର୍ମଗଡ ଏକ ଷ୍ଟେସନ ହେବ ବୋଲି ସ୍ପଷ୍ଟ କରାଯାଇଛି।ଧର୍ମଗଡ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଜୁନାଗଡ଼ ନବରଙ୍ଗପୁର ରେଳପଥ କୁ ଧର୍ମଗଡ ପର୍ୟ୍ୟନ୍ତ ସମ୍ପ୍ରସାରଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କଳାହାଣ୍ଡି ସାଂସଦ ମାଳବିକା ଦେଓ ଙ୍କୁ ଚିଠି ଲେଖିଥିଲେ। ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟୁତ୍ତର ରେ ଆସିଥିବା ଉକ୍ତ ପତ୍ରରେ ଜୁନାଗଡ଼ ନବରଙ୍ଗପୁର ରେଳପଥ କୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିବା ଓ ଉକ୍ତ ପ୍ରୋଜେକ୍ଟ ରେ ଧର୍ମଗଡ ଷ୍ଟେସନ ହେବ ବୋଲି ଉଲ୍ଲେଖ ରହିଛି।ଧର୍ମଗଡ ରେଳ ଷ୍ଟେସନ କେଉଁ ସ୍ଥାନରେ ହେବ,ଧର୍ମଗଡ ସହର ନିକଟର କେଉଁ ରାଜସ୍ବ ଗ୍ରାମକୁ ରେଳପଥ ସ୍ପର୍ଶ କରିବ,ଧର୍ମଗଡ କୁ ରେଳପଥ ଆସିବା ନେଇ ପୁଣୀ ଥରେ ସର୍ଭେ ହେବ କି ଅନ୍ୟ କେଉଁ ଜାଗାକୁ ଧର୍ମଗଡ ଷ୍ଟେସନ ନାମରେ ନାମିତ କରାଯିବ ତାହା ସ୍ପଷ୍ଟ ହୋଇ ନାହିଁ।କିନ୍ତୁ ଉକ୍ତ ପତ୍ର କୁ ନେଇ ଧର୍ମଗଡ କୁ ରେଳ ପଥ ସଂପ୍ରସାରଣ ନେଇ ଅଞ୍ଚଳ ବାସୀଙ୍କ ମନରେ ଆଶା ସଂଚାର ହୋଇଛି।

ସୂଚନାଯୋଗ୍ୟ ଯେ,କେନ୍ଦ୍ର ରେଳ ମନ୍ତ୍ରାଳୟ ଓଡ଼ିଶାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ଏହି ପ୍ରକଳ୍ପରେ ଜୁନାଗଡ଼ -ଧର୍ମଗଡ ରେଳ ଲାଇନ ପ୍ରକଳ୍ପ ବାଦ ପଡିଥିଲା ।ଏନେଇ ସିଟିଜେନ ଫୋରମ୍ ତରଫରୁ ମଧ୍ୟ ରେଳ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଦିଆଯାଇଥିଲା।

ଧର୍ମଗଡ ସହର ଏକ ସବ ଡିଭିଜନ ହେଡକ୍ୱାଟର ହୋଇଥିବା ସଙ୍ଗେ ସଙ୍ଗେ ରେଳ ପଥ ସଂଯୋଗ ପାଇଁ ଏଠାରେ ଭିତ୍ତି ଭୂମି ରହିଛି। ପଡ଼ୋଶୀ ନବରଙ୍ଗପୁର, ନୂଆପଡ଼ା ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟ ବାସିନ୍ଦା ଏହି ସହର ଉପରେ ନିର୍ଭରଶିଳ। ପର୍ଯ୍ୟଟନ କ୍ଷେତ୍ର,ବ୍ୟବସାୟିକ, ଶିକ୍ଷା ସ୍ବାସ୍ଥ୍ୟ ତଥା ଅନ୍ୟାନ୍ୟ ଦୃଷ୍ଟିକୋଣ ରୁ ଆବଶ୍ୟକୀୟ ଭିତ୍ତିଭୂମି ଥିବା ଧର୍ମଗଡ ସହରକୁ ରେଳପଥ ସଂଯୋଗ ଜରୁରୀ ଅଟେ। ଏଣୁ ମଞ୍ଜୁର ହୋଇଥିବା ଜୁନାଗଡ଼ ନବରଙ୍ଗପୁର ରେଳପଥ କୁ ଧର୍ମଗଡ ଯାଏ ସମ୍ପ୍ରସାରିତ କରାଯିବା ପାଇଁ ଦାବୀ କରାଯାଇଥିଲା। ଏବେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଉକ୍ତ ପତ୍ରରେ ଧର୍ମଗଡ ଷ୍ଟେସନ ଉଲ୍ଲେଖ ଥିବାରୁ ରେଳପଥ ସଂପ୍ରସାରଣ ନେଇ ଧର୍ମଗଡ ଅଞ୍ଚଳବାସୀ ଙ୍କ ମନରେ ଆଶା ସଂଚାର ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲା ରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ

Sunil Chandra Nayak

ପୋକ୍ସୋ ଓ ଏସ୍‌ସି-ଏସ୍‌ଟି ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!