ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହନ ସରକାର ଭତ୍ତା ବୃଦ୍ଧି ପାଣିର ଗାର : ଏହାକୁ ବିରୋଧ କରି ବାରିପଦା ବିଜେଡି ପକ୍ଷରୁ ବିକ୍ଷୋଭ 

ମୋହନ ସରକାର ଭତ୍ତା ବୃଦ୍ଧି ପାଣିର ଗାର : ଏହାକୁ ବିରୋଧ କରି ବାରିପଦା ବିଜେଡି ପକ୍ଷରୁ ବିକ୍ଷୋଭ 

 ମୟୂରଭଞ୍ଜ ଆଜି ତା ୨୨/0୮ ( ମସିହା ),ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରିପଦା ପୌରପାଳିକା ଅଧକ୍ଷ ଶ୍ରୀଯୁକ୍ତ କୃଷ୍ନାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେଡି ସମର୍ଥକ ଓ ବିଜେଡି ଛାମୁଆ ସଂଗଠନ ନେତୃମଣ୍ଡଳୀ କର୍ମକର୍ତ୍ତାଙ୍କୁ ନେଇ ରାଜ୍ୟ ମୋହନ ସରକାର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ନେତୃମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ଦ୍ୱାରା ଅବଗତ କରାଇଛନ୍ତି l ଯେଉଁ ସାଧାରଣ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ସ୍ୱରୂପ ଭତ୍ତା ବୃଦ୍ଧି ଆଜି ପର୍ଯ୍ୟନ୍ତ ନହେବା ଏବଂ ଇସ୍ତାହାର ରେ କୁହାଯାଇଥିଲା ଯେ ଡବଲ ଇଂଜିନ ସରକାର ଆସିଲେ ସମସ୍ତ ବର୍ଗର ହିତାଧିକାରୀଙ୍କୁ ଭତ୍ତା ବଢ଼ାଇବୁ l ଏସବୁ ପ୍ରତିଶୃତି ସବୁ ପାଣିରଗାର ସଦୃଶ ହୋଇଗଲା କେବଳ ୮0 ବର୍ଷ ଉର୍ଦ୍ଧ ବୃଦ୍ଧା ଉଭୟ ପୁରୁଷ ମହିଳାଙ୍କ ଓ ଭିନ୍ନକ୍ଷମ ମାନଙ୍କ ଭତ୍ତା ଟଙ୍କା ୩000 ଓ ୩୫00 କଲେ l ଅନ୍ୟ ହିତାଧିକାରୀଙ୍କୁ ନିରାଶ କରିବାସହିତ ଠକିଦେଲେ l ଉକ୍ତ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସଫଳ କରିବାନିମନ୍ତେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ),ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା,ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି,ପୂର୍ବତନ ଏଚଡ଼ି ସି. ଅଧକ୍ଷ ଦେବାଶିଷ ମାରାଣ୍ଡି,ପୂର୍ବତନ ବିଧାୟକ ରାଜକିଶୋର ଦାସ, ପ୍ରୀତିନନ୍ଦା କାନୁନଗୋ,ମହିଳା ସଭାପତି ଦୀପ୍ତିଲତା ମିଶ୍ର, ପୂର୍ଵତନ ବିଧାୟକ ଗଣେଶ୍ୱର ପାତ୍ର, ପୂର୍ବ କୃଷି ନିଗମ ଚେୟାରମେନ ଦେବାଶିଷ ମହାନ୍ତି, ପୂର୍ବତନ ଏମସିସି ବ୍ୟାଙ୍କ ପ୍ରେସିଡେଣ୍ଟ ସୁବ୍ରମଣ୍ୟମ ମହାନ୍ତି, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ ନାୟକ, ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ,ମଳୟ ଜେନା,ଅନନ୍ତ ଦାସ,ଯୁବ ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନୀଲ ନାଏକ,ନିରୋଜ ସାହୁ,ଶ୍ରାବଣୀ ଦାସ, ସବିତା ବେହେରା, ଆଶ୍ରିବାଦ ବେହେରା, ଜୀତ ପଟ୍ଟନାୟକ, ଶୈଳେନ୍ଦ୍ର ପାତ୍ର,ପ୍ରଭାତ ମହାନ୍ତି, ଦେବାଶିଷ ପାତ୍ର, ମହେଶ ଭଞ୍ଜଦେଓ,ପ୍ରଭାତୀ ପୃଷ୍ଟି, ଗୀତା ସିଂ, ପୂଜା ତରାଇ, ଶିବ ମୁଖି, ସ୍ୱରୂପ ପଟ୍ଟନାୟକ, ଏମ. ପପୁ,ସମେତ ବାରିପଦା ପୌରପାଳିକା ଅଧିନସ୍ଥ ସମସ୍ତ ୱାର୍ଡ କାଉନସିଲର ଯୋଗଦେଇଥିଲେ l 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କାନ୍ଥରେ ଚାପି ହୋଇ ଶିଶୁ କନ୍ୟା ମୃତ, ଗାଁରେ ଶୋକର ଛାୟା

masiha

ସନାତନ ହରିଚନ୍ଦନ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

Sunil Chandra Nayak

ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୭,୪୩୨ଟି ମାମଲା ସମାଧାନ

Leave a Comment

error: Content is protected !!