ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ” ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ପକ୍ଷ ” ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼:-ତା. ୫/୦୪-ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ “ଓଡିଆ ପକ୍ଷ ୨୦୨୫” ଭାବେ ପାଳନ ଅବସରରେ ଆଜ ତା ୦୫.୦୪.୨୦୨୫ ତାରିଖ ଶନିବାର ଦିନ ସକାଳେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କ୍ରୀଡା ଓ ଯୁବ ସାଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ୦୫/୦୪/୨୫ ତାରିଖ ସକାଳ ୦୫.୩୦ ସମୟରେ ରାୟଗଡ଼ା ସହରରେ ସ୍ଥିତ କାଳୀ ମନ୍ଦିର ଛକ ଠାରୁ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଗଣଦୌଡର ଆୟୋଜନ କରାଯାଇଥିଲା । 

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦାନ କରି ପତାକା ଦେଖାଇ ଶୁଭରାମ୍ଭ କରିଥିଲେ l ଏହି ଗଣ ଦୌଡ଼ରେ ଅଂଶଗ୍ରହଣକାରୀ ପ୍ରଥମେ ପଞ୍ଜିକରଣ ପରେ ଐତିହ ଗଣ ଦୌଡ (ୱାକାଥନ) ପ୍ରାରମ୍ଭ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର,ଡି ଆଇ ପି ଆର ଓ ବସନ୍ତ କୁମାର ପ୍ରଧାନ , ଡି ସି ଓ ସୁସ୍ମିତା ବାଉରୀଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଯୋଗ ଦେଇଥିଲେ । 

ଉକ୍ତ ଗଣଦୌଡ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ କାଳୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ -ରାୟାଗଡା ଆର.ଟିଓ ଅଫିସ୍ -ସରସ୍ୱତୀ ଶିଶୁ ମନ୍ଦିର – ପ୍ରେମ ପାହାଡା – ଲାଇଂସକ୍ଲବ ଦେଇ ପରିଶେଷରେ ରାୟଗଡାର ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ସମାପ୍ତ ହେଇଥିଲା । ତାପରେ ଉତ୍ସବଟି ଉଦଯାପନ ସହ ସମସ୍ତ ଅଂଶଗ୍ରହଣକାରୀ ସକାଶେ ଜଳପାନର ବ୍ୟବସ୍ଥା କରାଯାଇଥିଲା ।।

ଉକ୍ତ ଗଣଦୌଡର କାର୍ଯ୍ୟକ୍ରମରେ ଏଡିଏମ ଶ୍ରୀ ନାୟକ , ପିଏ ଆଇ ଟି ଡି ଏ ଶ୍ରୀ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁଚରଣ ମାଝୀ, କର୍ମକର୍ତ୍ତା ଓ ସହ କର୍ମକର୍ତ୍ତା ବୃନ୍ଦ, ଡି ସି ଓ ସହ କର୍ମକର୍ତ୍ତା ବୃନ୍ଦ,କ୍ରୀଡାବିତ୍, ୱାକର୍ଶ କ୍ଲବ ସଦସ୍ୟମାନେ,ବୁଦ୍ଧିଜୀବୀ,ଜନସାଧାରଣ,ଉମେନ୍ସ କଲେଜର ବିଦ୍ୟାର୍ଥୀମାନେ,ମହାବିଦ୍ୟାଳୟର ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

masiha

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତହସିଲ ଅଫିସରେ ବିଳମ୍ବିତ କାର୍ଯ୍ଯକୁ ନେଇ ଅସନ୍ତୋଷ ,ତ୍ଵରିତ ପଦକ୍ଷେପ ନେବାକୁ ଦାବୀ କଲେ ସାମ୍ୱାଦିକ

Sunil Chandra Nayak

Leave a Comment

error: Content is protected !!