ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ପୂଜାରୀ ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ହେଲେ ଲବ କୁମାର ଦତ୍ତ 

ଉମରକୋଟ ପୂଜାରୀ ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ହେଲେ ଲବ କୁମାର ଦତ୍ତ 

ନବରଙ୍ଗପୁର:(୧୭|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନରେ ଥିବା ପୁଝାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଝରିଗାଁ ବିଧାୟକ ନରସିଂହ ଭତ୍ରl କୌଣସି ସଭା ସମିତି ତଥା ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ, ତାଙ୍କର ପ୍ରତିନିଧି ଭାବେ ଲବ କୁମାର ଦତ୍ତ,ୟୁ ଭି ୫୪,ଇନ୍ଦ୍ରପୁରୀ, ପୋଷ୍ଟ-ଭାମିନି, ଥାନା-ଉମରକୋଟ, ଜିଲ୍ଲା–ନବରଙ୍ଗପୁର, ପିନ୍ -୭୬୪୦୭୩,ତାଙ୍କ ମୋବାଇଲ ନମ୍ବର–୮୬୫୮୬୫୫୪୩୮ ଓ ୯୯୩୮୨୪୩୮୪୬ ଦର୍ଶାଇ ତୁଲାଇ ପାରିବେ ବୋଲି ତାଙ୍କ ପ୍ୟାଡ ରେଫରେନ୍ସ ନମ୍ବର ୭୪/୨୦୨୪,ତା୨୭|୧୧|୨୦୨୪ରେ ଲେଖି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାଃ ପତିତପାବନ ଦ୍ଵିବେଦୀ ଙ୍କୁ ପ୍ରଦାନ କରାଯାଇଛି l ତେଣୁ ଆଜି ଠାରୁ ଶ୍ରୀ ଦତ୍ତ ବିଧାୟକ ଙ୍କ ଅନୁପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ନିମନ୍ତେ ପ୍ରତିନିଧି ଭାବେ କାର୍ଯ୍ୟ କରିବାନେଇ କ୍ଷମତା ପ୍ରଦାନ କରିଛନ୍ତି ଝରିଗାଁ ବିଧାୟକ l ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରତିନିଧି ଭାବେ କାର୍ଯ୍ୟ କରିବା ପାଇଁ ବିଧାୟକ ଙ୍କ ପ୍ୟାଡ ଲେଖା ପତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରିବା ବେଳେ ସାଙ୍ଗରେ ଥିଲେ ପଞ୍ଚାନନ ବାୱାଲି,ଉତ୍ତମ ହରିଜନ, ପବିତ୍ର ଦେଉଡି,ସଗନୁ ଗୌଡ ଓ ଶ୍ଯାମ ଲାଲ ବିଶ୍ବାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିକଟକୁ ଅନୁରୂପ ପ୍ରତିନିଧି ନିଯୁକ୍ତି ପତ୍ର ପ୍ରେରଣ କରାଯାଇଛି l ( ମ ନି ସ ) 

Related posts

ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

UAIL and Baphlimali Mines Observes 11th International Yoga Day 

masiha

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!