ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

କାମାକ୍ଷାନଗର (ମନିସ)22/11/25  ଭୁବନ ର ସର୍ବ ପୁରାତନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର ତରଫରୁ କଣପାଳ ହାଟ ପଡ଼ିଆ ଠାରେ (୬୦ ତମ ବାର୍ଷିକ ଉତ୍ସବ) ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସଭ୍ୟ ଭବାନୀ ଶଙ୍କର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଅରୁଣ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ବସନ୍ତ କୁମାର ପୋଥାଳ ଗତ ବର୍ଷ (୨୦୨୪-୨୫) ଲକ୍ଷ୍ମୀପୂଜା,ମାଣ ବସା ଗୁରୁବାର ଆୟ,ବ୍ୟୟ ଉପସ୍ଥାପନ କରିଥିଲେ । ପରେ ପୁରୁଣା କମିଟି କୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା । ଶତାଧିକ ବ୍ୟବସାୟୀ ଭାଇ ମାନଙ୍କ ଉପସ୍ଥିତିରେ ଚଳିତ ବର୍ଷ ସକାଶେ ଦୁଷ୍ମନ୍ତ କୁମାର ପୃଷ୍ଟି ସଭାପତି , ବିପିନ ବିହାରୀ ଦାସ ସମ୍ପାଦକ, ହୃଷିକେଶ ଦାସ,ସନ୍ତୋଷ କୁମାର ପୃଷ୍ଟି ଉପ ସଭାପତି ,ମନମୋହନ ସାହୁ ସହ ସମ୍ପାଦକ , ସୁବାସ ମହାରଣା ଯୁଗ୍ମ ସମ୍ପାଦକ ଓ ବସନ୍ତ କୁମାର ପୋଥାଳ ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୃଷ୍ଟି ନୂତନ କମିଟି କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବ୍ୟବସାୟୀ ଭାଇ ଯୋଗଦେଇଥିଲେ । ଦୁଷ୍ମନ୍ତ କୁମାର ପୃଷ୍ଟି ଦ୍ୱାଦଶ ଥର ପାଇଁ ସଭାପତି ହୋଇଥିବାରୁ ଶ୍ରୀଯୁକ୍ତ ପୃଷ୍ଟି ଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅର୍ପିତା ମଲ୍ଲିକଙ୍କୁ ମିଳିଲା ପୁରସ୍କାର

Sunil Chandra Nayak

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ , ମେ ୨୦ ରୁ ଧାନ କ୍ରୟ ଆରମ୍ଭ ହେବ 

masiha

ପଣ୍ଡିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

masiha

Leave a Comment

error: Content is protected !!