ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛରେ ପିଟିଲା ନାଇଟ କୋଚ ବସ, ୨ ଆହତ , ଅଳ୍ପକେ ବର୍ତ୍ତିଲେ ୫୦ ଜଣ ଯାତ୍ରୀ

ଗଛରେ ପିଟିଲା ନାଇଟ କୋଚ ବସ, ୨ ଆହତ , ଅଳ୍ପକେ ବର୍ତ୍ତିଲେ ୫୦ ଜଣ ଯାତ୍ରୀ 

ଢେଙ୍କାନାଳ (ମନିସ)22/11/25  ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ହୋଇଛି ଦୁର୍ଘଟଣା ।ଭାରସାମ୍ୟ ହରାଇ ଗଛରେ ପିଟିଲା ସଂଯୁକ୍ତା ନାମକ ନାଇଟ୍ କୋଚ ବସ୍ ଦୁଇ ଆହତ।ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଯାତ୍ରୀ। ଢେଙ୍କାନାଳ – କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ନାଇଟ୍ କୋଚ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୋର୍ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି।ରାଉରକେଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ସଞ୍ଜୁକ୍ତା ନାମକ ଏହି ବସ୍। ଏଥିରେ ହେଲପର ଓ ଜଣେ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି । ଦୁଇଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗୋଟିଏ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ 

masiha

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଦୁଇଗୋଟି ସନ୍ତାନର ଜନନୀ ମୃତ୍ୟୁ ପରେ ବାପା ପ୍ରତିପୋଷଣରେ ଚିନ୍ତା

masiha

Leave a Comment

error: Content is protected !!