ବାଲେଶ୍ଵର,୦୫/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗ୍ରାମର ଅମିତ ନାୟକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୪୫ ରାଙ୍କ ରଖି ସଫଳତା ଅର୍ଜନ କରିଛନ୍ତି । ଏହି ସଫଳତା ପାଇବା ପରେ ପରେ ଗ୍ରାମରେ ଆନନ୍ଦ ଲହରୀ ଖେଳିଯାଇଥିଲା । ଆଜି ନିଜର ଜନ୍ମମାଟି ଗୋଳିହା ଗ୍ରାମବାସୀଙ୍କ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ପ୍ରଥମେ ଗ୍ରାମରେ ଥିବା ଗ୍ରାମଦେବତୀ ମା ଜାଡିମହଲଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜାର୍ଚ୍ଚନା ସମୟରେ ବାଣଫୁଟାଇ ବାଜାବଜାଇ ଗ୍ରାମବାସୀ ମାନେ ଆନନ୍ଦ ଉଲ୍ଲାସରେ ବିଭୋର ହୋଇଥିଲେ । ଏହି ରାଙ୍କ ପାଇବା ପାଇଁ ଦିନରାତି ବହୁ ପରିଶ୍ରମ କରିଥିଲେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଶ୍ରୀ ନାୟକ ସ୍ବର୍ଗତ ନୀଳାମ୍ଵର ନାୟକଙ୍କର ବଡ଼ ପୁତ୍ର ଅଟନ୍ତି । ମା କମଳାମଣୀ ନାୟକ ଜଣେ ସୁ ଗୃହିଣୀ ଅଟନ୍ତି । ଏହି ସଫଳତା ପାଇବା ପରେ ବଡ଼ବାପା କବି ମାୟାଧର ନାୟକ ଓ ପ୍ରଫୁଲ୍ଲ କୁମାର ନାୟକ ଓରଫ ଭାଲୁ ଭାଇଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏ ଖବର ଶୁଣି ଆଖପାଖ ପ୍ରାୟ ୧୦ ଖଣ୍ଡ ଗ୍ରାମରେ ଖୁସିର ଲହରୀ ଖେଳିଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ନିଯୁକ୍ତି ପରେ ଯେଉଁମାନେ ପ୍ରକୃତ ସାହାଯ୍ୟ ପାଇବା ଯୋଗ୍ଯ ସେହି ମାନଙ୍କୁ ପ୍ରାଧାନ୍ୟ ଦେବେ ଵୋଲି ଶ୍ରୀ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିରେ ସମସ୍ତ ପରିବାରବର୍ଗ, ଆତ୍ମୀୟ ସ୍ବଜନ, ବନ୍ଧୁବାନ୍ଧବ, ସାଙ୍ଗସାଥୀ, ପ୍ରିୟପରିଜନ ବହୁତ ଖୁସି ଅନୁଭଵ କରିଛନ୍ତି ।।