ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମିତ ପାଇଲେ ଓ ଏ ଏସ, ଖୁସିରେ ଗ୍ରାମବାସୀ କଲେ ସ୍ବାଗତ ସମ୍ବର୍ଦ୍ଧନା

ବାଲେଶ୍ଵର,୦୫/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗ୍ରାମର ଅମିତ ନାୟକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୪୫ ରାଙ୍କ ରଖି ସଫଳତା ଅର୍ଜନ କରିଛନ୍ତି । ଏହି ସଫଳତା ପାଇବା ପରେ ପରେ ଗ୍ରାମରେ ଆନନ୍ଦ ଲହରୀ ଖେଳିଯାଇଥିଲା । ଆଜି ନିଜର ଜନ୍ମମାଟି ଗୋଳିହା ଗ୍ରାମବାସୀଙ୍କ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ପ୍ରଥମେ ଗ୍ରାମରେ ଥିବା ଗ୍ରାମଦେବତୀ ମା ଜାଡିମହଲଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜାର୍ଚ୍ଚନା ସମୟରେ ବାଣଫୁଟାଇ ବାଜାବଜାଇ ଗ୍ରାମବାସୀ ମାନେ ଆନନ୍ଦ ଉଲ୍ଲାସରେ ବିଭୋର ହୋଇଥିଲେ । ଏହି ରାଙ୍କ ପାଇବା ପାଇଁ ଦିନରାତି ବହୁ ପରିଶ୍ରମ କରିଥିଲେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଶ୍ରୀ ନାୟକ ସ୍ବର୍ଗତ ନୀଳାମ୍ଵର ନାୟକଙ୍କର ବଡ଼ ପୁତ୍ର ଅଟନ୍ତି । ମା କମଳାମଣୀ ନାୟକ ଜଣେ ସୁ ଗୃହିଣୀ ଅଟନ୍ତି । ଏହି ସଫଳତା ପାଇବା ପରେ ବଡ଼ବାପା କବି ମାୟାଧର ନାୟକ ଓ ପ୍ରଫୁଲ୍ଲ କୁମାର ନାୟକ ଓରଫ ଭାଲୁ ଭାଇଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏ ଖବର ଶୁଣି ଆଖପାଖ ପ୍ରାୟ ୧୦ ଖଣ୍ଡ ଗ୍ରାମରେ ଖୁସିର ଲହରୀ ଖେଳିଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ନିଯୁକ୍ତି ପରେ ଯେଉଁମାନେ ପ୍ରକୃତ ସାହାଯ୍ୟ ପାଇବା ଯୋଗ୍ଯ ସେହି ମାନଙ୍କୁ ପ୍ରାଧାନ୍ୟ ଦେବେ ଵୋଲି ଶ୍ରୀ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିରେ ସମସ୍ତ ପରିବାରବର୍ଗ, ଆତ୍ମୀୟ ସ୍ବଜନ, ବନ୍ଧୁବାନ୍ଧବ, ସାଙ୍ଗସାଥୀ, ପ୍ରିୟପରିଜନ ବହୁତ ଖୁସି ଅନୁଭଵ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଣପୁର ମା ଭଗବତୀଙ୍କ ପୀଠ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନ କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନୁମୋଦନ

Sunil Chandra Nayak

୭୫ତମ ଜାତୀୟ ସେନାଦିବସ ପାଳିତ

Sunil Chandra Nayak

ବଡ ଚମ୍ପିଆ ବିଦ୍ୟାଳୟରେ ଶିକ୍ଷକ ଅଭାବ , ୨୩ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷୟତ୍ରୀ

Sunil Chandra Nayak

Leave a Comment

error: Content is protected !!