ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫସଲବୀମା ଯୋଜନାରେ ହେରଫେର ଅଭିଯୋଗ :କୃଷିବିଭାଗର ତତ୍ପରତା ଯୋଗୁଁ ଫସଲବୀମା ଯୋଜନାରେ ପଞ୍ଜିକୃତ ପ୍ରକୃତ ଚାଷୀ

ତେନ୍ତୁଳିଖୁଣ୍ଟି ୫/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ର ପଞ୍ଚାନନ ମାଝୀ ଙ୍କ ପରିବାର ତଥା ଉତ୍ତରାଧିକାରୀ ନଥିବା ଛଅ ଜଣ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପଞ୍ଜିକୃତ କରାଇ ନେଇଥିଲେ। ଏ ନେଇ ବ୍ଲକ କୃଷି ଅଧିକାରୀ ଙ୍କୁ 3 ତାରିଖ ରେ ଅଭିଯୋଗ କରିଥିଲେ। ବ୍ଲକ କୃଷି ଅଧିକାରୀ ଫସଲବୀମା କରୁଥିବା ଏଜେନ୍ସି କୁ ମେଲ କରିଥିଲେ। 24 ଘଣ୍ଟା ପର୍ଯ୍ୟନ୍ତ କୌଣସି ଉତ୍ତର କି କାର୍ଯ୍ୟାନୁଷ୍ଠାନ ନ କରିବାରୁ ପୁନର୍ବାରବ4 ତାରିଖ ସନ୍ଧ୍ୟା ରେ ମେଲ କରି ତ୍ୱରିତ ବାତିଲ ପାଇଁ ଲେଖିଥିଲେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି ଭେଙ୍କଟ ରେଡି ଓ ଜିଲ୍ଲା କୃଷି ଅଧିକାରୀ ବିଧୁଭୂଷଣ ମହାକୁଲ ମଧ୍ୟ ଏଜେନ୍ସି ସହ କାର୍ଯ୍ୟାନୁଷ୍ଠାନ ପାଇଁ ଫୋନ କରିବା ପରେ ପଞ୍ଜିକରଣ 5 ତାରିଖ ଦିନ ଗୋଟାଏ ବେଳେ ଝରିଗୁମ୍ମା ର ଖାତା ନମ୍ବର 100 ର 32 ଏକର ଜମି ଫସଲବୀମା ରେ ପଞ୍ଜିକୃତ ଜାଲ ଚାଷୀ ଙ୍କ ବୀମା ପଞ୍ଜିକରଣ ବାତିଲ କରାଯାଇଥିବା ମେଲ ବ୍ଲକ କୃଷି ବିଭାଗ କୁ ମେଲ ରେ ଏଜେନ୍ସି ର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରୁ ମେଲ ଆସିଥିଲା। ପଞ୍ଚାନନ ଙ୍କୁ ଏ ସମ୍ପର୍କରେ ଅବଗତ କରାଇବାରୁ ବୀମା ପଞ୍ଜିକରଣ ଶେଷ ଦିବସ ରେ ପଞ୍ଚାନନ ପରିବାର ର ସାତ ଜଣ ଉତ୍ତରାଧିକାରୀ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପଞ୍ଜିକୃତ କରିଛନ୍ତି। ଯେଉଁ ଜନସେବା କେନ୍ଦ୍ର ଦୁଇଟି ରେ ଜାଲ ଚାଷୀ ଫସଲବୀମା ପଞ୍ଜିକୃତ ହୋଇଥିଲା ସେମାନଙ୍କ ବିରୁଦ୍ଧରେ ଓ ଯେଉଁ ଜାଲ ଚାଷୀ ଙ୍କ ନାମରେ ପଞ୍ଜିକୃତ କରିଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାନନ ତେନ୍ତୁଳିଖୁଣ୍ଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ପଞ୍ଜିକରଣ ଜୁଲାଇ 31 ତାରିଖ ରାତି 11 ବେଳେ ହୋଇ ଥିବା ଓ ପଞ୍ଜିକୃତ ଚାଷୀ ମଧ୍ୟରୁ କେବଳ ଜଣେ ଖାତାଧାରୀ ଙ୍କ ନାତି ଥିବା ବେଳେ ଅନ୍ୟମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେଇ ଏଭଳି ଜାଲିଆତି ଆଉ କେହି ଯେପରି ନ କରିବେ ସେଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।   

ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ଙ୍କୁ ପଚାରିବାରୁ କହିଲେ ପ୍ରଥମତଃ ଅଭିଯୋଗକାରୀ ସଚେତନ ହୋଇ ଆମ ନିକଟକୁ ଜାଲିଆତି ସମ୍ପର୍କିତ ଅଭିଯୋଗ ଆଣିଲେ ନ ହେଲେ ଭାଗ ଚାଷୀ ଘୋଷଣାନାମା ନେଇ ଏଭଳି ଜାଲ ପଞ୍ଜୀକରଣ ହେଉଥିବ , ବାରମ୍ବାର ମେଲ ପରେ ଏଜେନ୍ସି ପ୍ରକୃତ ଚାଷୀ ଚିହ୍ନଟ ଆମ ଉପରେ ଛାଡି ଦେଇଥିଲା। ଅଭିଯୋଗକାରୀ ର ସହଯୋଗ ଯୋଗୁଁ ପୁରୁଣା ପଞ୍ଜିକରଣ ବାତିଲ କରାଯାଇ ପ୍ରକୃତ ହିତାଧିକାରୀଙ୍କ ନାମରେ ପଞ୍ଜିକରଣ ସମ୍ଭବ ହେଲା। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କୋକସରା ଠାରେ ଏଫ.ଏଲ.ଏନ ମୋଡେଲ ସ୍କୁଲ କୋଠରୀ ଉଦଘାଟନ

Sunil Chandra Nayak

ଚରାମୁଳା କୃଷି କ୍ଷେତ୍ରରେ ଆନ୍ଧ୍ର କୃଷି ଶ୍ରମିକ 

Sunil Chandra Nayak

ତରଡିପାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!