ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ଶିକ୍ଷକ ସଂଘର ବିଇଓ ଅଫିସ ଘେରାଓ ଓ ଦାବିପତ୍ର ପ୍ରଦାନ

 ନର୍ଲା (ମନିସ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପ୍ରାଥମିକ ବିଦ୍ୟାଳୟଗୁଡିକର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଜି ବିଇଓ ଅଫିସ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ପୂରଣ ନ ହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯିବାର ଚେତାବନୀ ଦିଆଯାଇଛି।ଦାବି ଗୁଡିକ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ୍‌ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ।କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ ।ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍‌ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ। ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ।ଦାବି ପୂରଣ ନହେଲେ ଆସନ୍ତା ଏଗାର ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ଦିଆଯିବ ଓ ତାପରେ ଯଦି ପୂରଣ ନ ହୁଏ ତା ହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯାଇ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି ରାଲି ନର୍ଲାସ୍ଥିତ ଚାରି ଛକରୁ ଆରମ୍ଭ ହୋଇ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ଏହି ରାଲିରେ ଏ ୟୁ ପି ଟି ଏଫ୍ ନର୍ଲା ଶାଖାର ସଭାପତି ମିନକେତନ ସାହୁ ସମ୍ପାଦକ ଅମିତ କୁମାର ଶର୍ମା, ହେମନ୍ତ ସାହୁ, ଯଶୋବନ୍ତ ନାଗ୍, ରବିନ୍ଦ୍ର ସେଠୀ, ଜଗଦୀଶ ସାହୁ, କାଜଲ ପ୍ରିୟଦର୍ଶିନୀ, ପ୍ରତିଭା ସାହୁ,ନିର୍ମଳ ବାରିକ, ଯୋଗିରାମ ସାହୁ,ଆଦିକନ୍ଧ ସାହୁ, ଦେବଦତ୍ତ ମିଶ୍ର ତଥା ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଗର୍ଜନ କରିଥିଲେ।ଆଗାମୀ ୧୬ ଅଗଷ୍ଟ ସୁଦ୍ଧା ଉପରୋକ୍ତ ଦାବୀ ପୂରଣ ନ ହୁଏ ତାହେଲେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ପଡ଼ିବ ଓ ସମସ୍ତ ଶିକ୍ଷକ ସାମୂହିକ ଛୁଟି ଘୋଷଣା କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଥିଲେ ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବ୍ଲକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ 

masiha

ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

Sunil Chandra Nayak

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!