ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ଜୁନାଗଡ଼,୫/୮(ମ ନି ସ)ଜୁନାଗଡ଼ ଏନଏସି ସଭାଗୃହ ଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ ପାଇଁ ନଗରପାଳ ମୁକେଶ ଅଗ୍ରୱାଲଙ୍କ ସଭାପତିତ୍ୱର ଅନୁଷ୍ଠିତ ହୋଇଥିଲା।ଏହିକାର୍ଯ୍ୟକ୍ରମରେ ଏନଏସି ସ୍ଥରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ।ପ୍ରଭାତ ଫେରି, ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ମୁଖ୍ୟ ଅତିଥି ମାନ୍ୟବର ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବାକୁ ଆଲୋଚନା ହୋଇ ସ୍ଥିରୀକୃତ ହୋଇଛି। ଏଥିରେ ଜୁନାଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଳ,ପୂର୍ବତନ ନଗରପାଳ ବିଜୟଲକ୍ଷ୍ମୀ କନ୍ଦପାନ, ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୂଝାରୀ,ଉପାଧକ୍ଷ୍ୟା ହିମାଦ୍ରୀ ନାଏକ,ସମସ୍ତ ପାରିଷଦ, ଓକିଲ ସଂଘ, ସାମ୍ବାଦିକ ସଂଘଓ ବିଭନ୍ନ ସଂଗଠନର କର୍ମକର୍ତ୍ତା ଓ ନଗରବାସୀ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କିରାଣୀ କନ୍ଦର୍ପ ଗୁରୁ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଚିନ୍ମୟ ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ

ଶିକ୍ଷକ-କର୍ମଚାରୀଙ୍କ ୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

Sunil Chandra Nayak

ଡାବୁଗାଁ ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!