ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଙ୍ଗିରି ପାହାଡରେ ଅଛି ବୃହତ୍ ଓପନ ରକ୍ ରେପଲିଙ୍ଗ ସରଫେସ

 ନର୍ଲା(ମନିସ) ଆଜି ହେଉଛି ମେ ମାସ ୧୯ ତାରିଖ।ଠିକ ଆଜିର ଏହି ଦିନ ଅର୍ଥାତ୍ ମେ ୧୯ ତାରିଖ ୨୦୧୧ ମସିହା ସକାଳ ୯ ଘଣ୍ଟା ୨୫ ମିନିଟ ସମୟରେ ପଶ୍ଚିମ ଓଡିଶା ତଥା ଓଡିଶା ରାଜ୍ଯର ପ୍ରଥମ ଶିକ୍ଷକ ଭାବରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମର ଯୋଗବ୍ଯାସ ଭୋଇ ବିଶ୍ଵର ଉଚ୍ଚତମ ଗିରିଶୃଙ୍ଗ ତଥା ଏସିଆ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ (୮୮୪୮ ମିଟର /୨୯,୦୮୪ ଫୁଟ୍) କୁ ସଫଳତାର ସହିତ ଆରୋହଣ କରି ସମଗ୍ର ଜିଲ୍ଲା, ପଶ୍ଚିମ ଓଡିଶା, ଭାରତ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିଲେ । ନିଜ ଗାଁ ନିକଟ ଯେଉଁ ଟାଙ୍ଗିରି ପାହାଡରୁ ମାଉଣ୍ଟ ଏଭରେଷ୍ଟ ଯାତ୍ରା କରିଥିଲେ। ସେହି ଟାଙ୍ଗିରି ପାହାଡର ୧୧୧୫ ଫୁଟ ଉଚ୍ଚତା ବିଶିଷ୍ଟ ଟାଙ୍ଗିରି ପାହାଡ – ୭ କୁ ତାଙ୍କର ଛାତ୍ର ସ୍ବାଧୀନ ବଗର୍ତ୍ତି, ଗୋଡିପଟା ଗ୍ରାମର ଅଜିତ ଭାଇ, ଆଶିଷ କୁମାର କରୁଆଁ ସହିତ ସଂଧ୍ୟା ୫ ଘଣ୍ଟା ସମୟରେ ଆରୋହଣ ଆରମ୍ଭ କରି ଏକ ଘଣ୍ଟା ଆରୋହଣ ପରେ ଶିଖରରେ ୬ ଘଣ୍ଟା ସମୟରେ ସମସ୍ତେ ପହଞ୍ଚି ସେଠାରେ ୪୫ ମିନିଟ ରହି ତଳକୁ ଆସିଥିଲେ । ଶିଖର ଉପରେ ବେସ ତିଆରି କରିବା ପାଇଁ ଜାଗା ଦେଖିଥିଲେ। ତତ୍ ସଙ୍ଗେ ସମସ୍ତଙ୍କ ସହିତ ମାଉଣ୍ଟ ଏଭରେଷ୍ଟ ଦୁଃସାହସିକ ପର୍ବତାରୋହଣ ଅଭିଯାନ ଯାତ୍ରାର ଅନୁଭୂତି ବାଣ୍ଟିବା ସହିତ ସାହସ ଓ ସଫଳତା ଜୀବନରେ କିପରି ପାଇବେ ସେ ଦିଗରେ ଏଭରେଷ୍ଟ ବିଜେତା ଶ୍ରୀ ଭୋଇ ମାର୍ଗଦର୍ଶନ କରିଥିଲେ । ଏହା ସହିତ ବହୁତ ଶୀଘ୍ର ଟାଙ୍ଗିରି ପାହାଡରେ ବୃହତ ଓପନ ରେପଲିଙ୍ଗ ସରଫେସ ଟେଷ୍ଟ, ଜୁମାରିଙ୍ଗ ଏରିଆ, ବୁଲଡରିଙ୍ଗ ଏରିଆ, ଟାଙ୍ଗିରି ହିଲ ରନ କ୍ଳାଇମିଙ୍ଗ ତଥା ବିଭିନ୍ନ ପଥର ଚଟାଣ ଚଢିବା ଏବଂ ବେସିକ ରକ୍ କ୍ଳାଇମିଙ୍ଗ ପ୍ରଶିକ୍ଷଣ ସହିତ ହିଲ ଟ୍ରେକିଙ୍ଗ ଆରମ୍ଭ କରାଯିବ ବୋଲି ଏଭରେଷ୍ଟ ବିଜେତା ଶ୍ରୀଭୋଇ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପର୍ବତାରୋହକ ଶ୍ରୀ ଭୋଇ ଏବଂ ଦୁଃସାହସିକ ସାଥୀ ମିଶି ୪୦୦୦ ହଜାର ଗଛ ଲଗାଇ ବଞ୍ଚାଇଛନ୍ତି। ଆଗାମୀ କିଛିମାସ ମଧ୍ଯରେ ଟାଙ୍ଗିରି ପାହାଡର ସମସ୍ତ ଜାଗାକୁ ଚିହ୍ନଟ କରି ଏକ ଉତ୍ତମ ପରିବେଶ ତଥା ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ଯ ରଖିଛନ୍ତି। ଏହି ଦୁଃସାହସିକ ପର୍ବତାରୋହଣ କ୍ଷେତ୍ରକୁ ଉନ୍ନତିକରଣ କରିବା ପାଇଁ ଏଭରେଷ୍ଟ ଆରୋହୀ ଶ୍ରୀ ଭୋଇ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ଅନୁରୋଧ କରିଛନ୍ତି। 

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସାଗର ସାହିତ୍ୟ ସଂସଦ ପକ୍ଷରୁ ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚିତ

Sunil Chandra Nayak

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

masiha

ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ

masiha

Leave a Comment

error: Content is protected !!