ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରିଷ୍ଣା କହ୍ନେୟା କ୍ରିକେଟ କ୍ଲବ (KKCC)ଆନୁକୂଲ୍ୟରେ ଜିଲ୍ଳା ସ୍ତରୀୟ ରାତ୍ରକାଳୀନ ଟେନିସବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦଯାପିତ

କ୍ରିଷ୍ଣା କହ୍ନେୟା କ୍ରିକେଟ କ୍ଲବ (KKCC)ଆନୁକୂଲ୍ୟରେ ଜିଲ୍ଳା ସ୍ତରୀୟ ରାତ୍ରକାଳୀନ ଟେନିସବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦଯାପିତ

ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ କ୍ରିଷ୍ଣା କହ୍ନେୟା କ୍ରିକେଟ କ୍ଲବ (KKCC)ଆନୁକୂଲ୍ୟରେ ଜିଲ୍ଳା ସ୍ତରୀୟ ରାତ୍ରକାଳୀନ ଟେନିସବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦଯାପିତ ହୋଇଯାଇ ଅଛି, ଏହି ଟୁର୍ଣ୍ଣାମେଣ୍ଟ ୨୬ ମାର୍ଚ୍ଚରୁ ୨୯ ମାର୍ଚ୍ଚ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା, ଏଥିରେ ଜିଲ୍ଳାର ୧୬ ଟି କ୍ରିକେଟ ଦଳ ଭାଗ ନେଇଥିଲେ, ୧୬ଟି ଦଳରୁ ଆୟୋଜକ ଘରୋଇ ଦଳ କଙ୍କା ସମେତ ବେଲଟିକିରି, ଶିମିଳିଆ, ଗଁଦିଆ ଚାରୋଟି ଦଳ ସେମି ଫାଇନାଲକୁ ପ୍ରବେଶ କରିଥିଲେ,ସେଥି ମଧ୍ୟରୁ ସେମିରେ ଶିମିଳିଆ ଆୟୋଜକ ଘରୋଇ ଦଳ କଙ୍କାକୁ ପରାଜିତ କରି ଶିମିଳିଆ ଫାଇନାଲରେ ପ୍ରବେଶ କରିଥିଲା, ଦ୍ୱିତୀୟ ସେମିରେ ବେଲଟିକିରି ଗଁଦିଆକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା, ଫାଇନାଲ ମୁକାବିଲା ଶିମିଳିଆ ସହିତ ବେଲଟିକିରିର ହୋଇଥିଲା, ଏଥିରେ ବେଲଟିକିରି ଶିମିଳିଆକୁ ପରାଜିତ କରିବା ପରେ ବେଲଟିକିରି ବିଜୟୀ ଟ୍ରଫି ଗ୍ରହଣ କରିଥିବା ବେଳେ ଶିମିଳିଆ ରନର୍ସ-ଅପ ହୋଇଥିଲା, ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନର ମୁଖ୍ୟଅତିଥି ଥିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ ମହୋଦୟା , ତୃତୀୟ ଦିନ କ୍ଵାଟର ଫାଇନାଲର ମୁଖ୍ୟ ଅତିଥି ଥିଲେ ସମାଜସେବୀ ଡ଼ଃ ବନମାଳୀ ଦାସ, ଶେଷ ଦିନ ତଥା ଫାଇନାଲ ମୁକାବିଲାର ମୁଖ୍ୟଅତିଥି ଥିଲେ ଢେଙ୍କାନାଳ ମାଟିର ବିଶିଷ୍ଠ ମହିଳା ନାରୀ ନେତ୍ରୀ ସମାଜସେବୀକା ତଥା ଢେଙ୍କାନାଳ ପୌରପାଳିକାର ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ପ୍ରଥମେ ଗ୍ରାମର ଆରାଧ୍ୟ ତଥା ଚଳନ୍ତି ପ୍ରତିମା ଶ୍ରୀରାଧା କୃଷ୍ଣ ମନ୍ଦିରରେ ଦର୍ଶନ ସାରି ଖେଳ ପଡିଆକୁ ପ୍ରବେଶ କରି ମଂଚାସୀନ ହେବା ପରେ ବିଜୟୀ ତଥା ରନର୍ସ-ଦଳକୁ ଟ୍ରଫି ସହ ଚେକ ପ୍ରଦାନ କରିଥିଲେ ଓ ପୌରଧ୍ୟକ୍ଷା ନିଜ ବକ୍ତବ୍ୟରେ ଆୟୋଜକ ଘରୋଇ କଙ୍କା ଦଳକୁ ଭୁୟସୀ ପ୍ରଶଂସା କରିବା ସହ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ, କ୍ରିଷ୍ଣା କହ୍ନେୟା କ୍ରିକେଟ କ୍ଳବର ସମସ୍ତ ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ ଟୁର୍ଣ୍ଣାମେଣ୍ଟକୁ ରୁଦ୍ଧିମନ୍ତ କରିଥିଲା  ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଧର୍ମ ପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

ଡୋକାରିଚଞ୍ଚରା ଠାରେ ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!