ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

 କାମାକ୍ଷାନଗର – ଅଧ୍ୟକ୍ଷ ଡ.ପ୍ରଶାନ୍ତ କୁମାର ମହାନ୍ତି ଶିବିରକୁ ଉଦଘାଟନ କରିବା ସହ ଶିବିରର ଉଦ୍ଦେଶ୍ୟ ଓ ଶିବିରାର୍ଥୀଙ୍କ କର୍ତ୍ତବ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଜାତୀୟ ସେବା ଯୋଜନା ବାଳକ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ରଶ୍ମିରଞ୍ଜନ ସେନାପତି ଓ ବାଳିକା ବିଭାଗର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଭାଗ୍ୟଶ୍ରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିରର ଆୟୋଜନ କରାଯାଇଥିଲା। ପତଞ୍ଜଳି ଯୋଗପୀଠ, ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ର ଶ୍ରୀଯୁକ୍ତ ରବିନାରାୟଣ ସାହୁଙ୍କ ଦ୍ଵାରା ସପ୍ତଦିବସ ବ୍ୟାପୀ ପ୍ରାତଃ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ପୋଷ୍ୟଗ୍ରାମ ଭାବରେ ମହାବିଦ୍ୟାଳୟ ସନ୍ନିକଟ ଜନ୍ତାରିବୋଲ ଏବଂ ଶରଧାପୁର ଗ୍ରାମକୁ ଗ୍ରହଣ କରାଯାଇ , ପଦଯାତ୍ରା ମାଧ୍ୟମରେ ନିଶାନିବାରଣ, ଡିଜିଟାଲ ସାକ୍ଷରତା,ବନାଗ୍ନି ନିରାକରଣ ପ୍ରଭୃତି ସଂପର୍କରେ ସଚେତନ କରିବା ସହ ଶିବିରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ସଚେତନ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟ ପରିସର ମଧ୍ୟରେ ଶିବିରାର୍ଥୀଙ୍କ ଦ୍ଵାରା ସଫେଇ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଥିଲା। କାମାକ୍ଷାନଗର ବନ ବିଭାଗୀୟ ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଶିବିରରେ ଯୋଗଦାନ କରି ବନାଗ୍ନି ର ପ୍ରକାର, କାରଣ ଓ ନିରାକରଣ ସଂପର୍କରେ କହିଥିଲେ। ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଗ୍ନିକାଣ୍ଡ ସମୟରେ ନିରାପତ୍ତା ଓ ପ୍ରତିକାର ମୂଳକ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏକ ପ୍ରାୟୋଗିକ ଅଭ୍ୟାସ ପ୍ରଦର୍ଶନ କରିଥିଲେ। ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ଓ ପରିସର ସଂପର୍କରେ ବାଣିଜ୍ୟ ବିଭାଗର ଅଧ୍ୟାପକ ପ୍ରମୋଦ କୁମାର ସ୍ଵାଇଁ ଶିବିରାର୍ଥୀଙ୍କୁ ଅବଗତ କରାଇବା ସହିତ ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରତିପାଦକ ବୀରେନ୍ଦ୍ର କୁମାର ସାହୁ ଜୈବିକ କୃଷିର ଗୁରୁତ୍ଵ ଓ ପ୍ରୟୋଗ ସଂପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଶ୍ରୀବତ୍ସ କୁମାର ସାହୁ,ଡ.ପ୍ରସନ୍ନ କୁମାର ନାୟକ,ଶରତ ଚନ୍ଦ୍ର ବେହେରା,ଡ. ଜୟକୃଷ୍ଣ ମିଶ୍ର, ସରିତା ଟିଗା, ବୀଣାପାଣି ନାଏକ, ଅଜୟ କୁମାର ବେହେରା, ରଘୁନାଥ ନାୟକ, ପଞ୍ଚାନନ ଜେନା, ଶରତ ଚନ୍ଦ୍ର ରାଉତ, ଅନୀଲ କୁମାର ବେହେରା ପ୍ରଭୃତି କର୍ମଚାରୀଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଉଦଯାପନୀ ସଭାରେ ଶ୍ରେଷ୍ଠ ସ୍ଵେଛାସେବୀ ଭାବରେ ପ୍ରତିଭା ସାମଲ, ଦେବଦତ୍ତ ପ୍ରଧାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଆସିକା ରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ 

masiha

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

masiha

ବହୁଦିନର ସ୍ୱପ୍ନ ସାର୍ଥକ ହେଲା, ଜୁନାଗଡ ଠାରେ ଆମ୍ବେଦକର ଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!