ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥ ଙ୍କ ବିୟୋଗରେ ଓକିଲ ସଂଘ ର ଶୋକ…

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥ ଙ୍କ ବିୟୋଗରେ ଓକିଲ ସଂଘ ର ଶୋକ…

ରାଉରକେଲା : ରାଉରକେଲା ଓକିଲ ସଂଘ ର ବରିଷ୍ଠ ସଦସ୍ୟ ତଥା ସହରର ଜଣାଶୁଣା ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥ ଙ୍କ ଆଜି ୬୯ ବର୍ଷ ବୟସରେ ରାଉରକେଲା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ଏହି ଦୁଃଖଦ ଖବର ଆସିଲା ପରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ୧୯୭୯ ମସିହାରେ ସ୍ଵର୍ଗତ ରଥ ଆଇନଜୀବୀ ପେସା ରେ ଯୋଗଦେଇ ରାଉରକେଲା ଓକିଲ ସଂଘ ର ସଦସ୍ୟ ହୋଇଥିଲେ। ଉଭୟ ଫୋୖଜଦାରୀ ଓ ଦେଓ୍ବ।ନୀ ମକଦ୍ଦମା ଗୁଡିକୁ ପରିଚାଳନା କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେ ଅତ୍ୟନ୍ତ ମେଳାପି, ମିଷ୍ଟଭାଷୀ ଓ ବନ୍ଧୁବସ୍ଛଳ ଥିଲେ , ତାଙ୍କର ଅକାଳ ବିୟୋଗ ରାଉରକେଲା ଓକିଲ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳୀ ସଭା ରେ ସଭାପତିତ୍ବ କରି ସଭାପତି ସଦାନନ୍ଦ ସାହୁ ମତପ୍ରକାଶ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, କୋଷାଧ୍ୟକ୍ଷ ଉପେନ୍ଦ୍ର ଶତପଥୀ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁମିତା ନନ୍ଦ, ବରିଷ୍ଠ ସଦସ୍ୟ ଚତୁର୍ଭୁଜ ନାଏକ, ବିସ୍ମୟ ଦାସ, ବିଜୟ ପଟ୍ଟନାୟକ, ମହମ୍ମଦ ରଫିକ୍,ଭୀମ ପତି, ୟାଇ ନବୀ,ଦଣ୍ଡପାଣି ଚୋୖଧୁରୀ, ସୁରେଶ ମାଝୀ, ବସନ୍ତ ପାତ୍ର, ଆର୍ କେ ମିଶ୍ର, କୈଳାସ ପ୍ରଧାନ,ସମୀର କର, ଅଶୋକ ପ୍ରଧାନ, ଅକ୍ଷୟ ପ୍ରଧାନ, ପ୍ରଶାନ୍ତ ମହାରଣା,ଅନୂସୟା ପଣ୍ଡା, ଅକ୍ଷୟ ସାହୁ, ପଙ୍କଜ ଦାସ, କୈଳାସ ସାବତ, ନୟନ ଦାସ, ସନ୍ତୋଷ ଭଦ୍ର, ହାଡିବନ୍ଧୁ ପରିଡ଼ା, ସୁଷମା ସାହୁ, ପ୍ରଶାନ୍ତ ସେନାପତି, ସରୋଜ ମହାପାତ୍ର,ମନୋଜ ପଟ୍ଟନାୟକ, ଅବନୀ ପ୍ରଧାନ,ଲାଲ୍ ବାହାଦୁର ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସ୍ଵର୍ଗତ ରଥ ଙ୍କ ମର ଶରୀର ରାଉରକେଲା ଓକିଲ ସଂଘ କାର୍ଯ୍ୟାଳୟ କୁ ଅଣାଯିବା ପରେ ସଂଘର ବହୁ ସଦସ୍ୟ ତାଙ୍କର ଶେଷ ସମ୍ମାନ ଜଣାଇଥିଲେ। ବେଦବ୍ୟାସ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ ପାଳିତ

masiha

ଦକ୍ଷିଣ ରାଉରକେଲା ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

ପାଚିକା ସହାୟିକା ମଜଦୁର ସଂଘ ମ, ରାମପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Leave a Comment

error: Content is protected !!