ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

କଟକ : ୪୨ ମୌଜା ଶ୍ରୀରାମ ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାରଙ୍କ ତତ୍ୱାବଧାନରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅବସର ପ୍ରାପ୍ତ ସେନା ଅଧିକାରୀ ବିକାଶ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶମାତୃକାର ଜୟଶାତ କରିବା ପାଇଁ ପିଲା ମାନଙ୍କୁ ଉପଦେଶ ଦେଇଥିଲେ । ଭିଏମଡିସି ମେମ୍ବର ସ୍ଵାଧୀନ ଶେଖର ଷଡ଼ଙ୍ଗୀ,ପ୍ରାଧ୍ୟାପକ ଡକ୍ଟର ଏସକେ କଲିମୁଲ୍ଲା,ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା,ସଦର ବିଧାୟକଙ୍କ ପ୍ରତିନିଧି ଅଶ୍ଵିନୀ ଦାସ ଅତିଥି ଭାବରେ ଯୋଗ ଦେଇଥିଲେ । କ୍ରୀଡା ଶିକ୍ଷକ ପତିତ ପବନ ମହାପାତ୍ର ଓ ସାମାଜିକ ବିଜ୍ଞାନ ଶିକ୍ଷୟତ୍ରୀ ପ୍ରଜ୍ଞାପ୍ରଜିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନେ ଗଣତନ୍ତ୍ର ଦିବସ ବିଷୟରେ ବକ୍ତୃତା ଦେଇଥିଲେ ।ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ଇଂରାଜୀ ଶିକ୍ଷକ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

masiha

ଯୋରନ୍ଦା ମହିମା ପୀଠରେ ପୂଜାର୍ଚ୍ଚନା ସହ ମହିମା ସାଧୁଙ୍କଠାରୁ ଆଶୀର୍ବାଦ ନେଲେ ଭି. କେ ପାଣ୍ଡିଆନ , ଯୋରନ୍ଦା ସ୍କୁଲ ପରିଦର୍ଶନ କଲେ

ସି ଆଇ ଟି ୟୁ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ,- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ବାନ

Leave a Comment

error: Content is protected !!