ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂମିହୀନ ଙ୍କୁ ଘରଡିହ ପଟ୍ଟା ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଶାଳ ଶୋଭାଯାତ୍ରା

ଭୂମିହୀନ ଙ୍କୁ ଘରଡିହ ପଟ୍ଟା ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଶାଳ ଶୋଭାଯାତ୍ରା

କଲମପୁର -୨୪/୧୧=ମସିହା) ଜଙ୍ଗଲ ଜମି ଆମର , ନାଇସେ କାହାର ବୁଆରଟା, ଯାନ ଯାଉ ଜୀବନ ଯାଉ, ଜଙ୍ଗଲ ଜମି ପଟା ଆମକେ ମିଳୁ, ଏଭଳି ନାରାବାଜି ଦେଇ କଲମପୁର ଗ୍ରାମ ବେଲପଡ଼ା ସ୍ଥିତ ମାଁ ତାରିଣୀ ମନ୍ଦିର ନିକଟରୁ ଏକ ବିଶାଳ ପଟୁଆରରେ ଗର୍ଜନ ତର୍ଜନ ଦେଇ ଛୁଟି ଚାଲିଲେ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖକୁ, ପରିସରରେ କଲେ ବିକ୍ଷୋଭ ପ୍ରଦର୍ଶନ, ସେଠାରେ ବକ୍ତା ମାନେ ନିଜ ନିଜ ଅଭିଭାଷଣରେ କହିଲେ,ବଡ ବଡ କମ୍ପାନୀ, ସମ୍ଭ୍ରାନ୍ତ ମାନଙ୍କ ନିକଟକୁ ହଜାର ହଜାର ଏକର ଜମି ଟେକି ଦିଆ ଯାଉଛି,ଅଥଚ ଗରିବ ଯେମାନେ ୨/୪ ଡିସମିଲ ଜମି ପାଇଁ ବାରମ୍ବାର ଦୌଡି ମଧ୍ୟ ନିରାଶ ହେବାକୁ ପଡୁଛି,ଏହା କି ଭଳି ନ୍ୟାୟ, ଆଜି ବି ଏହି କଲମପୁର ଅଞ୍ଚଳର ଆର୍ଥିକ ସ୍ଵଚ୍ଛଳ ତଥା ପୁଞ୍ଜିପତି ମାନେ ହଜାର ହଜାର ଏକର ଜମି ମାଡି ବସିଛନ୍ତି, ଏଥିପ୍ରତି କାହାରି ନିଘା ନାହିଁ,ଗୋଚର, ଜଳଚର, ଅନାବାଦୀ ଏଭଳି କି ଦେବୋତ୍ତର ଜମି ମଧ୍ୟ ଜବର ଦଖଲ ହୋଇ ସାରିଛି, ଏହି ରିପୋର୍ଟ ମଧ୍ୟ ରାଜସ୍ବ ବିଭାଗ ପାଖରେ, କାହିଁକି ସେମାନଙ୍କ ଠାରୁ ଜଵର ଦଖଲ ଉଚ୍ଛେଦ କରି ଗରିବ ଲୋକ ମାନଙ୍କୁ ୨/୪ଡିସିମିଲ ଲେଖାଏଁ ବଣ୍ଟନ କରାଯାଉ ନାହିଁ,ଭାରତ ସ୍ଵାଧୀନ ହେବାର ୭ଦଶନ୍ଧି ପରେ ବି ଗରିବ ନ୍ୟାୟ ପାଇଁ ନିଜର ହକ ପାଇଁ ଲଢେଇ ଜାରି ରଖିଛି, ଏଭଳି ଅଭିଭାଷଣ ରଖିଥିବା ବେଳେ ଆମେ ଏକ ମାସର ସମୟ ଦେଉଛୁ,ଏକ ମାସ ଭିତରେ କେତେ ଭୂମିହୀନ ଅଛନ୍ତି, କେତେ ଲୋକ ସରକାରୀ ଜମି ମାଢି ବସିଛନ୍ତି ତାହାର ତଦନ୍ତ ହେଉ,ନ ହେଲେ ଆମେ ତହସିଲ ଅଫିସକୁ ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ, ଏହାର ନେତୃତ୍ୱ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସଂପାଦକ କଃ ପ୍ରଶାନ୍ତ ମିଶ୍ର, ରାଜ୍ୟ ସଂପାଦକ ସଦସ୍ୟ କଃ ଦାମୋଦର ବେହେରା, ଜିଲ୍ଲା ସଂପାଦକ ଜଗଦିଶ ଦୁର୍ଗା, ଜିଲ୍ଲା ସହ ସଂପାଦକ ସଞ୍ଜୟ ସୁନାନୀ,ଅଖିଳ ଭାରତୀୟ ଛାତ୍ର ସଂଘ ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି,ଏଆଇଟିୟୁସି ପାଚିକା ଜିଲ୍ଲା ସଂପାଦକ ଯଶୋବନ୍ତ ବେମାଲ, ଜୁନାଗଡ଼ ଯୋନ ସଂପାଦକ ବାନାମ୍ବର ମେହେର, ଦୈତାରୀ ବାରିକ,ରଘୁ ମାଝୀ,ନବ ସେଠୀ ସୁରେଶ ମାଝୀ , ଲଲିତ ମାଝୀ ପ୍ରମୁଖ ନେଇଥିବା ବେଳେ ଏଥିରେ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ, ସେମାନେ ୫ଦଫା ଦାବି ପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କଲମପୁର ତହସିଲଦାର ସ୍ମରଣୀକା ତୁଳଙ୍କ ଜରିଆରେ ପ୍ରେରଣ କରିଛନ୍ତି, ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ଭୂମିହୀନ ମାନଙ୍କୁ ଚିହ୍ନଟ କରି ୪ ରୁ ୧୦ ଡିସିମିଲ ଲେଖାଏଁ ଘରଡିହ ପଟା ବସୁନ୍ଧରା ଯୋଜନା ଆଧାରରେ ଯୋଗାଇ ଦିଆଯାଉ, ଜମି ସହିତ ଆବାସ ଗୃହ ଯୋଗାଇ ଦିଆଯାଉ, ଆଧାର କାର୍ଡ ସଂଶୋଧନ ସହିତ ୩୫ ଶହ ଲେଖାଏଁ ଭତ୍ତା ଓ ରାସନ ନ ଥିବା ଲୋକଙ୍କୁ ତୁରନ୍ତ କାର୍ଡ ରାସନ ଯୋଗାଇ ଦିଆଯାଉ, ଜଙ୍ଗଲ ଜମି ଆଇନ ଶିରୋନାମା ନ ହୋଇ କାର୍ଯ୍ୟକାରୀ ହେବାକୁ ଦାବି କରିଛନ୍ତି , ତହସିଲଦାର ଶ୍ରୀମତୀ ତୁଳ ଦାବି ପତ୍ର ଗ୍ରହଣ କରି ସରକାରଙ୍କ ପଠାଇବେ ବୋଲି କହିଛନ୍ତି, କର୍ମକର୍ତ୍ତା ମାନେ ତହସିଲଦାରଙ୍କୁ ଭୁମିହୀନ ମାନଙ୍କ ତଦନ୍ତ କରି ତାଲିକା ପ୍ରସ୍ତୁତ କରିବାକୁ ଅନୁରୋଧ କରିବା ପରେ ତହସିଲଦାର ଆମ ପାଖରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ସେସବୁ କାମ ହୋଇ ପାରୁନାହିଁ ବୋଲି ସଫେଇ ଦେଇଥିଲେ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ରୂପସା ନୀଳମଣି ମହାବିଦ୍ୟାଳୟ ରେ ଓଡିଆ ପକ୍ଷ ପାଳନ. ରକ୍ତ ଦାନ ଶିବର 

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଗରିବ ମହିଳା ଙ୍କୁ ମାଗଣାରେ ୧୭୧ ଖଣ୍ଡ ଶାଢୀ ବଣ୍ଟନ

Sunil Chandra Nayak

ଖାତିଗୁଡା ପୋଲିସ ଦ୍ୱାରା ଆମ ପୋଲିସ ସମିତି ବୈଠକ

masiha

Leave a Comment

error: Content is protected !!