ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ର ମଣି ନାଟ୍ୟ ସଂଘ ଗୃହ ପ୍ରତିଷ୍ଠା

ଚନ୍ଦ୍ର ମଣି ନାଟ୍ୟ ସଂଘ ଗୃହ ପ୍ରତିଷ୍ଠା

ମ,ରାମପୁର, ୧୧/୩( ମସୀହା):- ଓଡ଼ିଶା ର ଅଗ୍ରଣୀ ଶତାୟୁ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ର ଅନୁଷ୍ଠାନ ଗୃହ ଆଜି ଶୁଭ ଉଦ୍ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ଗୃହ ଉଦ୍ଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ମ,ରାମପୁର ସରପଞ୍ଚ ବୀଣାପାଣି ସାହୁ ଉପସ୍ଥିତ ରହି ଥିବା ବେଳେ ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ,ଚନ୍ଦ୍ର ମଣି ନାଟ୍ୟ ସଂଘ ର ସମ୍ପାଦକ ହେମନ୍ତ ସାହୁ, ବରିଷ୍ଠ ସଦସ୍ୟ ହିରେନ୍ଦ୍ର ପ୍ରତାପ ସିଂହଦେଓ, ବାସୁଦେବ ମହାରଣା, ଗଙ୍ଗାଧର ପ୍ରହରାଜ, ଶ୍ରୀପତି ପଟ୍ଟନାୟକ, ଲଳିତ ମହାଳିକ, ଭୁବନ ବିକ୍ରମ ସିଂହ ଦେଓ, କୁବେର ମହାଖୁଡ଼, ସତ୍ୟ ନାରାୟଣ ସାହୁ, ରମେଶ ଚନ୍ଦ୍ର ରାଉତ, ରଶ୍ମି ରଂଜନ ପ୍ରହରାଜ,ରାକେଶ କୁମାର ଶତପଥୀ, ପ୍ରଦୀପ ସିଂହ, ବିପ୍ର ଚରଣ ମହାରଣା, ଶିବ ପ୍ରସାଦ ଶତପଥୀ, ଜିତେନ୍ଦ୍ର ପାତ୍ର,ଉପେନ୍ଦ୍ର ମହାଖୁଡ ପ୍ରମୁଖ ଉପସ୍ଥିତ ରହି ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ଗତ ବର୍ଷ ତାର ଶତ ବାର୍ଷିକୀ ମହୋତ୍ସବ ପାଳନ କରି ଥିବା ବେଳେ ଓଡ଼ିଶା ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆଗାମୀ ଦିନରେ ଏହି ନାଟ୍ୟ ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ଅବସର ରେ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଡାବୁଗାଁ ବ୍ଲକ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କୁ ଦାବିପତ୍ର 

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

masiha

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!