ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ଵର // ୧୪ ମେ ୨୦୨୩ ରବିବାର ଦିନ ଭୁବନେଶ୍ଵର ଜୟଦେବ ଭବନ ଠାରେ ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କୃତୀ ପ୍ରତିଯୋଗୀମାନଙ୍କୁ ମୂର୍ଚ୍ଛନା ର ୧୯ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ଉତ୍ସବ ଆସନ୍ତା ୩୧ ମେ  ବୁଧୁବାର ସନ୍ଧ୍ୟାରେ ଜୟଦେବ ଭବନଠାରେ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ପ୍ରତିଯୋଗିତା କୁ ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଓ ମୁଖ୍ୟ ଉପଦେଷ୍ଟା ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୂର୍ଚ୍ଛନା ର କର୍ମକର୍ତ୍ତା ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା,ଦେବେନ୍ଦ୍ର ସାହୁ, ହେମନ୍ତ ପରମଗୁରୁ, ପ୍ରଣୟ ଜେଠୀ, ଗୋଲକ ଚରଣ ମାର୍ଥା ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଧୁନିକ ନୃତ୍ୟ ପ୍ରତିଯୋଗୀତାରେ ବିଚାରକ ଭାବେ ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ ଓ ସରୋଜକାନ୍ତ କୁଣ୍ଡୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନନ୍ୟା ମହାନ୍ତି ଓ ଦୀପୟିକା ମିଶ୍ର ସଂଚାଳନ କରିଥିଲେ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

masiha

ଗୋଲାମୁଣ୍ଡା ବ୍ଲକରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!