ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତନ୍ତ୍ର ବଳରେ ବ୍ୟବସାୟ ଭଲ ଚାଲିବା ପାଇଁ ତାନ୍ତ୍ରିକ ଠକି ନେଲା ୨୦ ହଜାର ଟଙ୍କା

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲା ରେ ଭଲ ବ୍ୟବସାୟ ଚାଲିବା ପାଇଁ ତାନ୍ତ୍ରିକ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀ ଙ୍କ ଠାରୁ ୨୦ ହଜାର ଟଙ୍କା ତାନ୍ତ୍ରିକ ପୂଜା କରିବା ନେଇ ଠକି ସେଠାରୁ ଫେରାର ହୋଇ ଯିବା କଥା ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ l ଅନ୍ୟ ପଟରେ ଠକାମୀର ଶିକାର ହୋଇଥିବା ବ୍ୟବସାୟୀ ଲୋକ ଲଜ୍ଜା ଭୟରେ ଥାନା ରେ ଅଭିଯୋଗ ନ କରି ଥିବା ବେଳେ ଦୁଇ ଦୁର୍ବୃତ୍ତ ଙ୍କ ଫଟୋ ନିଜ ମୋବାଇଲ ରେ ଉତ୍ତୋଳନ କରିଛନ୍ତି l ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶ କୁ ଦାଦନ ଖଟିବାକୁ ଯାଇ ଥିବା ଉମରକୋଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଓ ଭଦ୍ରାଚଳମର ଜଣେ ବ୍ୟବସାୟୀ ଙ୍କ ମଧ୍ୟରେ ପରିଚୟ ହୋଇଥିଲା l ନବରଙ୍ଗପୁର ଜିଲ୍ଲାର ଜଣେ ତାନ୍ତ୍ରିକ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରୁଥିବା ନେଇ ବ୍ୟବସାୟୀ ଙ୍କୁ କହିଥିଲେ l ତନ୍ତ୍ର ମନ୍ତ୍ର ବଳରେ ତୁମ ବ୍ୟବସାୟ ଭଲ ହୋଇପାରିବ କହିବା ସହିତ ତାନ୍ତ୍ରିକ ତନ୍ତ୍ର ବଳରେ ଲେମ୍ବୁକୁ ଖାଲିରେ ଉପରକୁ ନେଉଥିବା କରିଥିଲେ l ଏଥିସହ ତାନ୍ତ୍ରିକ ଙ୍କ ଦ୍ଵାରା ପ୍ରସ୍ତୁତ ଦୁଇଟି ଛୋଟ ଭି ଡି ଓ ମୋବାଇଲରେ ଦେଖାଇ ଥିଲେ l ତେବେ ପୂଜା ପାଇଁ ତାନ୍ତ୍ରିକ ୨୦ରୁ୩୦ ହଜାର ଟଙ୍କା ନେଉଥିବା କହିଥିଲେl ଉକ୍ତ କଥାରେ ବିଶ୍ବାସ କରି ଭଦ୍ରାଚଳମର ଦୁଇ ଜଣ ବ୍ୟବସାୟୀ ଭଲ ବ୍ୟବସାୟ ହେବା ଆଶା ରେ ଗତ କାଲି ଏକ କାର୍ ଭଡା କରି ନବରଙ୍ଗପୁର ଆସି ଥିଲେ l ଯୋଜନା ମୁତାବକ ଠକ଼ ତାନ୍ତ୍ରିକ ଜଣକ ଉମରକୋଟ ଚେକ୍ ଗେଟ୍ ନିକଟରେ ଏକ ବାଇକରେ ଅପେକ୍ଷା କରି ରହିଥିଲେ l ଏହା ପରେ ଦୁଇ ବ୍ୟବସାୟୀ ତାନ୍ତ୍ରିକ ସହିତ ପୂଜା ସମ୍ପର୍କରେ ଆଲୋଚନା କରିଥିଲେ l ତେବେ ପୂଜା ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିବାରୁ ନଗଦ ୧୫ ହଜାର ଟଙ୍କା ଏବଂ ଫୋନ ପେ ମାଧ୍ୟମ ରେ ୫ ହଜାର ଟଙ୍କା ଦେଇଥିଲେ l ଟଙ୍କା ପାଇବା ପରେ ତାନ୍ତ୍ରିକ ଜଣକ ପୂଜା ସମାଗ୍ରୀ ଆଣିବାକୁ ଯାଉଥିବା କହି ସେହି ସ୍ଥାନରୁ ଚାଲି ଯାଇଥିଲେ l ବହୁ ସମୟ ଅତିକ୍ରାନ୍ତ ହେବା ପରେ ତାନ୍ତ୍ରିକ ନ ଆସିବାରୁ ବ୍ୟବସାୟୀ ଦୁଇଜଣ ତାଙ୍କ ଫୋନ କୁ କଲ କରିଥିଲେ l ଫୋନ ସୁଇଚ୍ ଅଫ ଥିବାରୁ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ l ତେବେ ଲୋକ ଲଜ୍ଜା ଭୟରେ ଏନେଇ ଥାନାରେ ଏତଲା ନ ଦେଇ ଭଦ୍ରାଚଳମ ଫେରି ଯାଇଥିଲେ l ବ୍ୟବସାୟୀ ଦ୍ୱୟ ଦଲାଲ ଓ ତାନ୍ତ୍ରିକଙ୍କ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଥିବା ବେଳେ ଏଭଳି ଠକ ମାନଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି l ବ୍ୟବସାୟୀ ଜଣ ଙ୍କ ଟଙ୍କା ପଠାଇଥିବା ଫୋନ ପେ ନମ୍ବର ୭୬୮୩୯୭୧୬୪୩ ନାମ- ପିତାମ୍ବର ହରିଜନ ବୋଲି ଜଣାପଡିଛି l ଅନ୍ୟ କେହି ଏପରି ଠକାମି ର ଶିକାର ନ ହେବା ପାଇଁ ସେମାନେ ସମସ୍ତଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

ତହସିଲଦାରଙ୍କୁ ଆକ୍ରମଣ ଘଟଣା,୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଯୁବକକୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ 

Leave a Comment

error: Content is protected !!