ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ; ୩୦ ଲକ୍ଷଟଙ୍କାର ବିଦେଶୀ ମଦ କାରଖାନା ଠାବ,ମଦ ତିଆରି ମେଶିନ ସହ ଜବତ

ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ; ୩୦ ଲକ୍ଷଟଙ୍କାର ବିଦେଶୀ ମଦ କାରଖାନା ଠାବ,ମଦ ତିଆରି ମେଶିନ ସହ ଜବତ 

ଢେଙ୍କାନାଳ (ମନିସ)26/10/25 — ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ,ମଦ ତିଆରି ମେଶିନ,୩୫୦ ଲିଟର ସ୍ପିରିଟ,ବିପୁଳ ବ୍ରାଣ୍ଡେଡ୍ ନକଲି ବିଦେଶୀ ମଦ,କାରମେଲ,ଲେବୁଲ ଷ୍ଟିକର,ଠିପି ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ଟିମ୍ । ପରଜଙ୍ଗ,କାମାକ୍ଷାନଗର ଓ ଭୁବନ ଅବକାରୀ ଟିମ୍‌ର ମିଳିତ ଚଢ଼ାଉ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗାଁର ପଦ୍ମିନୀ ନାଏକ । ପଦ୍ମିନୀଙ୍କ ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ଦୀର୍ଘଦିନ ଧରି ଏକ ଘର ଭିତରେ ବ୍ୟାପକ ପରିମାଣର ନକଲି ବିଦେଶୀ ବ୍ରାଣ୍ଡେଡ୍ ମଦ ତିଆରି କରାଯାଉଥିଲା । ଏହି ମଦଗୁଡିକ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ତାହା ଅସୃଷ୍ଟ ରହିଛି । ତେବେ ଖୁବ୍‌ଶୀଘ୍ର ମଦ କାରଖାନାର ଗୁମର ଖୋଲିବ ବୋଲି ଅବକାରୀ ସୂତ୍ରରୁ ଖବର ମିଳିଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ୍ ଦ୍ବାରା ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ଚୋରି ପଦାର୍ଥ ଉଦ୍ଧାର

Sunil Chandra Nayak

ହରିଶଙ୍କର ରୋଡ ରେଳ ଷ୍ଟେସନ ଠାରୁ ଗଞ୍ଜେଇ ଜବତ ସହ ଦୁଇ ଜଣ ମହିଳା ଗିରଫ

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ଜଣେ ମୃତ ଦୁଇ ଆହତ

masiha

Leave a Comment

error: Content is protected !!