ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ପାପଡାହାଣ୍ଡି,28/01— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାଵାଲ ପଞ୍ଚାୟତ ସଦର ମହକୁମାରେ ବିଳମ୍ବିତ ରାତ୍ରରେ ପାଞ୍ଚଗୋଟି ଦୋକାନରେ ସିରିଜ ଡକାୟତି ହୋଇଛି | ଦୁର୍ବୁତ୍ତ ମାନେ ଟଙ୍କା,ମୋବାଇଲ ବ୍ଲୁଟୁଥ, ବେଲ୍ଟ, ଅନ୍ୟାନ ସାମଗ୍ରୀ ଆଦି ଲୁଟ କରି ନେଇଯାଇଛନ୍ତି | ଶନିବାର ପୋଲିସ ଘଟଣାସ୍ଥଳରେ ସନ୍ଧାନି କୁକୁର ଧରି ତଦନ୍ତ ଆରମ୍ଭ କରିଛି | ଏମଡି. ଅନିଶ ଙ୍କ କିରାନା ଦୋକାନ , ଶେଖ ବାସୀର ହୁସେନଙ୍କ ଚପଲ ଦୋକାନ . ମିର୍ଜା ଅଲତାଫ ବୈଗଙ୍କ ମୋବାଇଲ ଦୋକାନ , ଏମଡି.ନେଉସାଦଙ୍କ କପଡ଼ା ଦୋକାନ, ଯାଦବ ବେହେରାଙ୍କ ମୋବାଇଲ ଦୋକାନ ବନ୍ଦ କରି ନିଜ ନିଜ ଘରକୁ ଚାଲି ଯାଇଥିଲେ | ଦୁର୍ବତ୍ତ ମାନେ ଏହି ପାଞ୍ଚ ଦୋକାନ ର ସଟର ଓ କବାଟ ତାଲା ଭାଙ୍ଗି ଭିତରେ ପସିଥିଲେ | ଏମଡି. ଅନିଶ କିରାନା ଦୋକାନ ରୁ ସଟର ଭାଙ୍ଗି 10000 ଟଙ୍କା,ମିର୍ଜା ଅଫତାବ ବୈଗ ମୋବାଇଲ ଦୋକାନ ର ଲୁହା କବାଟ ଭାଙ୍ଗି କେତୋଟି ବ୍ଲୁ ଟୁଥ ଓ ଏଲଇଡି ଲାଇଟ,ଏମଡି ନସାଦଙ୍କ କପଡ଼ା ଦୋକାନର ସଟର ଭାଙ୍ଗି 150 ଟଙ୍କା,ଯାଦବ ବେହେରାଙ୍କ ମୋବଇଲ ଦୋକାନର କବାଟ ଭାଙ୍ଗି ଟଙ୍କା ପେଡି ଖୋଜି କିଛି ପାଇନଥିଲେ ଓ ଶେଖ ବାସୀର ହୁସେନ ଙ୍କ ଚପଲ ଦୋକାନ ର ସଟର ଭାଙ୍ଗି 5000 ଟଙ୍କା ସହ କିଛି ଚପଲ ନେଇଯାଇଛନ୍ତି | ସକାଳେ ଦୁର୍ବୁତ୍ତ ମାନେ ଚୋରି କରିଥିବା ନେଇ ଗ୍ରାମବାସୀ ଜାଣିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଥିଲା | ଡାବୁଗାଁ ପୋଲିସ ପହଁଚି ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଶସ୍ତ୍ର ଡ଼କାୟତ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର ଲୁଟ

ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ

masiha

ରାଇରଙ୍ଗପୁର ଆରଏମସି ଅଫିସ ରେ ଦୁବୃର୍ତ୍ତ ତାଲା ଭାଙ୍ଗି କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ 

masiha

Leave a Comment

error: Content is protected !!