୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ
ମ.ରାମପୁର, ୨୦/୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି l ଏକ ୬ ବର୍ଷର ଶିଶୁ କନ୍ୟାକୁ ଜଣେ କାମୁକ ବ୍ୟକ୍ତି ଧର୍ଷଣ କରିଥିବା ଥାନାରେ ଅଭିଯୋଗ ହୋଇଛି l ଆଜି ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି l
ପ୍ରାପ୍ତ ଖବର ରୁ ଜଣାଯାଇଛି; ମାଣିକେରା ପଞ୍ଚାୟତ ତଳନୁଆଗାଁ ରେ ଗତ ୧୮ ତାରିଖ ଦିନ ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ଚାଲିଥିଲା l ନିଜ ବାପା ସହିତ ସେହି ଗାଁ ର କୁନି ଝିଅ ମଧ୍ୟ ସାଙ୍ଗରେ ଯାଇଥିଲା l ହେଲେ ବାପା ଘରକୁ ଚାଲି ଆସିଥିଲେ କିନ୍ତୁ ଝିଅଟି କିଛି ସମୟ ପରେ ଘାରକୁ କାନ୍ଦି କାନ୍ଦି ଆସିଥିଲା l ଝିଅ କାନ୍ଦି ବା ଦେଖି ତା ମାଆ ଝିଅକୁ ଘଟଣା ବାବଦରେ ପଚାରି ବୁଝି ଥିଲେ l ଝିଅଟି ତାକୁ ପଡ଼ୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା କହିଥିଲା l ଏନେଇ ପରିବାର ଲୋକ ୧୯ ତାରିଖ ଦିନ ମ.ରାମପୁର ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଘଟଣାର ତଦନ୍ତ କରି ତଳନୁଆ ଗାଁ ର ଉଗ୍ରସେନ ଭୋଇ (୪୮) ଙ୍କୁ ଗିରଫ କରି କେଶ ନମ୍ବର: ୨୦୭/ ତା – ୧୯/୯/୨୩, ସେକ୍ସନ -୬ , ପୋସ୍କୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି l