ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଯୁବକ ଗିରଫ 

ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଯୁବକ ଗିରଫ 

ଡାବୁଗାଁ, ୨୦/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା ରେ ଜଣେ ଯୁବକକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳର ଜଣେ ୨୨ ବର୍ଷର ଯୁବତୀ ଙ୍କ ବଡ ଭାଉଜ ଙ୍କ ଭାଇ ପାପଡାହାଣ୍ଡି ଥାନା ଅଧୀନ ଗୋବର୍ଲା ଗ୍ରାମର ମସ୍ତୁରାମ ଭତ୍ରା (୨୩) ଯୁବତୀଙ୍କ ଘରେ ଆସି ରହି ଚାଷ କାମ କରୁଥିଲେ | ଯୁବତୀ ଙ୍କ ଘରେ ରହିବା ସମୟରେ ଯୁବତୀଙ୍କ କିଛି ଅଶ୍ଳୀଳ ଭିଡିଓ କରିଥିଲେ | ପରେ ମସ୍ତୁରାମ କାମ କରିବା ପାଇଁ ହାଇଦ୍ରାବାଦ ଚାଲି ଯାଇଥିଲେ | କିଛି ଦିନ ପରେ ପାଖ ଗ୍ରାମରେ ଯୁବତୀ ଙ୍କ ବିବାହ ସ୍ଥିର ହୋଇଥିଲା | ଆଜକୁ ୩ ମାସ ତଳେ ଯୁବତୀଙ୍କ ବିବାହ ସ୍ଥିର କରାଯାଇଥିବା ଯୁବକଙ୍କ ମୋବାଇଲ କୁ ମସ୍ତୁରାମ ଭତ୍ରା ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସବୁ ପଠାଇଦେଇଥିଲା | ଏହାପରେ ଯୁବତୀଙ୍କ ଶଶୁର ଘର ଲୋକେ ଯୁବତୀଙ୍କୁ ନିଜ ପୁଅ ସହ ବିବାହ ଭାଙ୍ଗି ଦେଇଥିଲେ | ଏହାପରେ ଯୁବତୀ ଙ୍କ ବାପା ୧୧.୯.୨୫ ଦିନ ଏନେଇ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୮୮/୨୫ ରେ ଏକ ମାମଲା ରୁଜୁ କରି ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଘଟଣା ର ତଦନ୍ତ ଆରମ୍ଭ କରିଥିଲେ | ଶନିବାର ପୋଲିସ ମସ୍ତୁରାମ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କେସିଙ୍ଗା ସ୍ଥିତ ବେଦାନ୍ତର ପମ୍ପ ହାଉସ ରୁ ତମ୍ବାତାର ଚୋରି ଘଟଣା ,୫ଜଣ ଗିରଫ,  ଏସ.ପି.ଙ୍କ ପ୍ରେସ ମିଟରେ ସୂଚନା

ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ, ବିଜେଡି ପଞ୍ଚାୟତ ସଭାପତି କୋର୍ଟଚାଲାଣ

Sunil Chandra Nayak

ଚିଳିଗୁଡା ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ

masiha

Leave a Comment

error: Content is protected !!