ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ  

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ  

ରୁପ୍ରା, ୨୦/୯ (ଅଜୟ ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ୧୯୮୯ ମସିହାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ଅଦ୍ୟାବଧି ୩୦୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରିସାରିଛନ୍ତି, ସେହିପରି ବର୍ତ୍ତମାନ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟର ଅନେକ ପୁରାତନ ଛାତ୍ର ଉଚ୍ଚ ପଦସ୍ଥ ପଦ ପଦବୀରେ ଅଧିଷ୍ଠିତ ହେବା ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତିପ୍ରାପ୍ତ ହୋଇପାରିଛନ୍ତି, ସେହିପରି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିବା ବେଳେ ବିଦ୍ୟାଳୟର ଗର୍ବ ଓ ଗୌରବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ବେହେରା ମତପ୍ରକାଶ କରିଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଡିଲେଶ୍ୱର ରଣା, ସମାଜସେବୀ ସୁଶାନ୍ତ ସେନାପତି, ସେବାନିବୃତ୍ତ ସେନା ଅଧିକାରୀ ଭୂପେନ୍ଦ୍ର ଦୀପ, ଯଶୋବନ୍ତ ସାହୁ, ତେଜରାଜ ସାହୁ, ଦୁର୍ଗା ସାହୁ, କୁମୁଦ ସାହୁ, ସୁରେଶ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଅଜିତ ଭୋଇ ଓ ଦେବେନ୍ଦ୍ର ସାହୁ ପ୍ରମୁଖ ପୁରାତନ ଛାତ୍ରଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଦାମ ଚରଣ ମିଶ୍ର, ବିଜୟ ସାହୁ, ଚନ୍ଦ୍ରଶେଖର ବେହେରା, ରାଧାକାନ୍ତ ସେନାପତି ଓ ବିକ୍ରମ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳନ 

masiha

ବଣିଜରା ସ୍କୁଲରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

Leave a Comment

error: Content is protected !!