ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ କଟକ ସଦରରେ ବୋଇତ ବନ୍ଦାଣ ଉତ୍ସବ,ସମ୍ବର୍ଧନା ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ କଟକ ସଦରରେ ବୋଇତ ବନ୍ଦାଣ ଉତ୍ସବ,ସମ୍ବର୍ଧନା ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ 

କଟକ : ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ୪୨ ମୌଜା କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ପ୍ରାଚୀନ ସଂସ୍କୃତି ଓ ନୌବାଣିଜ୍ୟ ପରମ୍ପରାର ଇତିହାସକୁ ବହନ କରୁଥିବା ବୋଇତ ବନ୍ଦାଣ ଉତ୍ସବ,ମହାକାର୍ତ୍ତିକ ପୂର୍ଣ୍ଣିମା ନେଇ ଆଲୋଚନା ଚକ୍ର ଓ ମୁରୁଜ ପ୍ରତିଯୋଗିତା,କଦମ୍ବେଶ୍ୱର ଠାକୁରଙ୍କ ପୋଖରୀରେ ସମୂହ ବୋଇତ ବନ୍ଦାଣ, କବିତା ପାଠ,ଶଙ୍ଖ,ବାଦ୍ୟ,ହୁଳହୁଳି, ଖଞ୍ଜଣି ଏବଂ ଓଡ଼ିଶୀ ନୃତ୍ୟ ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଉଛି । ସଂଘର ସଭାପତି ଯୁବ ସମାଜସେବୀ ଇଂ.ଗିରିଜା ଶଙ୍କର ପତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅତିଥି ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ସାହିତ୍ୟିକା ପ୍ରତିଭା ଶତପଥୀ,କଟକ ସଦର ବ୍ଲକ ଅଧ୍ୟକ୍ଷା ସମାଜସେବୀ ଭାଗ୍ୟଲକ୍ଷ୍ମୀ ରାଉତ,ସମାଜସେବୀ ସତ୍ୟଭାମା ଦେବତା,ସମାଜସେବୀ ପ୍ରଭାତ ଦେବତା,ଭାରତୀୟ କିଷାନ ସଂଘ ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ପତି,ଲିଯାନ ଏକାଡେମୀର ମୁଖ୍ୟ ଲକ୍ଷ୍ମୀଧର ରାଉଳ, ସରସ୍ଵତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ବିଶିଷ୍ଟ ସାହିତ୍ୟିକ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଚାଷୀ, ସମାଜସେବୀ ,କବି,ଶିକ୍ଷାବିତ୍,ମୂର୍ତ୍ତି କାରିଗର,କଳାକାର ,ପରିବେଶବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାତ ଜଣ ପ୍ରତିଭାଧର ବ୍ୟକ୍ତିତ୍ୱଙ୍କୁ “ସାଧବ ପୁଅ ସମ୍ମାନ – ୨୦୨୫”ରେ ସମ୍ବର୍ଦ୍ଧିତ କରା ଯାଇଛି । ଅନ୍ୟ ମାନଂକ ମଧ୍ୟରେ ବିଶ୍ବରଂଜନ ଜେନା,ବାସୁଦେବ ସ୍ୱାଇଁ,ବାବୁଲି ମହାପାତ୍ର,ପ୍ରେମାନନ୍ଦ ମହାରଣା,ସଚ୍ଚିକାନ୍ତ ବେଉରା,ଜୟନ୍ତ ପତି,ତ୍ରିଲୋଚନ ପତି,ଅନିଲ ମହାପାତ୍ର,ନିର୍ମଳ ଦାସ,ପୀୟୁଷ ପରିଡ଼ା,ଦୀପକ ସାହୁ,ସଞ୍ଜୟ ସାହୁ,ସୁବାସ ପଣ୍ଡା,ରସାନନ୍ଦ ବେହେରା,ମନମୋହନ ସାହୁ,ପ୍ରମୋଦ ପତିଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ତଥା ବହୁ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ନୂଆପଡ଼ାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଯୁବାବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବାକୁ ଜିଲ୍ଲାପାଳଙ୍କ ଆହ୍ବାନ 

Sunil Chandra Nayak

ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରାକ ପ୍ରସ୍ତୁତି ବୈଠକ 

Sunil Chandra Nayak

କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!