ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

ରାଉରକେଲା ୫/୧୧, ସହରର ରେଳ ଷ୍ଟେସନ ନିକଟବର୍ତ୍ତୀ ଗୁରୁଦ୍ଵାରରେ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ (ପ୍ରକାଶ ଉତ୍ସବ) ମହାସମାରୋହରେ ପାଳିତ ହୋଇଯାଇଛି। ରାଉରକେଲା ଗୁରୁଦ୍ଵାରରେ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଗୁରୁ ନାନକଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରତ୍ଯେକ ଦିନ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁରୁଙ୍କ ଶବଦ୍ କୀର୍ତ୍ତନ ଅନୁଷ୍ଠିତ ହେଉଥିବା ବେଳେ, ଆଜି ଶେଷ ଦିନରେ ଗୁରୁଦ୍ଵାର ସମ୍ମୁଖରେ ଗୁରୁ ନାନକଙ୍କ ଜନ୍ମୋତ୍ସବ ପାଳନ ପାଇଁ ପେଣ୍ଡାଲରେ, ଭୋର୍ ୪ଟାରୁ ଆରମ୍ଭ ହୋଇଥିବା ଗୁରୁ ନାନକଙ୍କ ଶବଦ କୀର୍ତ୍ତନ ପାଇଁ ଅମୃତସର ଗୁରୁଦ୍ଵାର ପ୍ରବନ୍ଧକ କମିଟି ପକ୍ଷରୁ ମନଜିତ୍ ସିଂହଙ୍କ ସମେତ ଚଣ୍ଡିଗଡରୁ ପ୍ରକାଶ ସିଂହଙ୍କ କୀର୍ତ୍ତନ ଝଲସା ଗାନରେ ସମାରୋହ ପ୍ରକମ୍ପିତ ହୋଇଥିଲା। ରାଉରକେଲାର ଛେଣ୍ଡ ଓ ବିଭିନ୍ନ ସେକ୍ଟର ସମେତ ରାଜଗାଙ୍ଗପୁର, କାଂଶବାହାଲ, ବୀରମିତ୍ରପୁର ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗଦେଇ ଗୁରୁଙ୍କ ଆଶିର୍ବାଦ ପ୍ରାପ୍ତ କରିବା ଗୁରୁଙ୍କ ଲଙ୍ଗରରେ ଭାଗ ନେଇଥିଲେ।

       ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ ପାଳନରେ ରାଉରକେଲା ଗୁରୁଦ୍ଵାର ଗୁରୁ ସିଂହ ଶଭା କମିଟିର ସଭାପତି ନିର୍ମଳ ସିଂହ, ସାଧାରଣ ସମ୍ପାଦକ ବଳଦେବ ସିଂହ, ଉପସଭାପତି ମଜୁନ୍ଦର ସିଂହ ଭଟ୍ଟି, ଜସବିନ୍ଦର ସିଂହ, ବଲଦେବ ସିଂହ, ଶୁଖବିନ୍ଦର ସିଂହ, ଜଗଦେବ ସିଂହ, ଜଗବିର ସିଂହ, ମନଜିତ୍ ସିଂହ, ତେଜବିନ୍ଦର ସିଂହ ପ୍ରମୁଖ ଉପସ୍ଥିତ ରହି ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ ସମାରୋହର କୀର୍ତ୍ତନ ଓ ଲଙ୍ଗରକୁ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତିରିଂ ଥାନା ! ସର୍ପାଘାତରେ ଶିଶୁ ମୃତ

masiha

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

masiha

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ କୁଜାଜାନିଗୁଡା ଆବାସିକ ବିଦ୍ୟାଳୟରେ ପାଣି ପାଇଁ ଛାତ୍ର ଛାତ୍ରୀ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!