ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲେରୋ ଧକ୍କାରେ ମୃତ୍ୟୁ ଘଟଣା କୁ ନେଇ ଚରାମୁଳା ଛକ ରେ ରାସ୍ତା ରୋକ :ଛଅ ଘଣ୍ଟା ପରେ ଦାବୀ ନେଇ ସମାଧାନ ପରେ ହଟିଲା 

ତେନ୍ତୁଳିଖୁଣ୍ଟି : ୨୭/୦୮/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି-ଇନ୍ଦ୍ରାବତୀ ରାସ୍ତା ର ଚରାମୂଳା ଛକ ନିକଟରେ ଗତ ରାତି ଆଠ ଘଣ୍ଟା ସମୟରେ  ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ! ବାଇକ ଆରୋହୀ ଜଣଙ୍କ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଇଛାପୁର ଗ୍ରାମର ଡି ଶଙ୍କର ରାଓ (55) ।

ମିଳିଥିବା ସୂଚନା ଅନୁଯାୟୀ ଇଚ୍ଛାପୁର ଗ୍ରାମର ଡି ଶଙ୍କର ରାଓ କୌଣସି କାର୍ଯ୍ୟରେ ଚରାମୂଳା ଗ୍ରାମକୁ ଯାଇଥିଲେ ! ଗତ ରାତ୍ର 8 ଘଣ୍ଟା ସମୟରେ ଶଙ୍କର ନିଜ ଟିଭିଏସ ଏକ୍ସଏଲ ମୋପେଡ ରେ ନିଜ ଗ୍ରାମ ଇଛାପୁର ଅଭିମୁଖେ ଫେରୁଥିଲେ ! ଏହି ସମୟରେ ଟି ପି ଏସ ଓ ଡି ଏଲ ତେନ୍ତୁଳିଖୁଣ୍ଟିରେ ଲାଗିଥିବା  0D30 2685 ନମ୍ବର ଥିବା ଏକ ବୋଲେରୋ ଶଙ୍କର ଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଶଙ୍କର ନିଜ ମୁ୍ଫେଡ ସହ କଚାଡି ହୋଇ ପଡ଼ି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି ! ତେବେ ଧକ୍କା ପରେ ବୋଲେରୋ ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲା।!ପୋଲିସ ଗାଡ଼ି କୁ ଜବତ କରି ଥାନା ରେ ରଖିଥିଲା ,କିନ୍ତୁ ଡ୍ରାଇଭର ଭୁବନ ସାହୁ କୁ ଗିରଫ କରିଥିବା ଜଣାପଡ଼ିଛି ।କେଶ ନମ୍ବର 162/23 ହୋଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା କହିଛନ୍ତି।ମୃତ୍ୟୁ ବରଣ କରିଥିବା ପରିବାର କୁ କ୍ଷତିପୂରଣ ନେଇ ଛଅ ଘଣ୍ଟା ପରେ ରାସ୍ତା ରୋକ କରିଥିଲେ ଗ୍ରାମବାସୀ ।

          ସେ ଘଟଣା କୁ ନେଇ ଚରାମୂଳ ଗ୍ରାମବାସୀ, ଇଚ୍ଛା ପୁର ଗ୍ରାମବାସୀ ଚରା ମୂଳା ଛକ ରେ  ପରିବାର ଙ୍କୁ କ୍ଷତିପୂରଣ ଦାବିରେ ଇନ୍ଦ୍ରାବତୀ ରାସ୍ତା କୁ ଜାମ ରଖିଥିଲେ  ଘଟଣା ସ୍ଥଳରେ  SDPO ଆଦିତ୍ୟ ସେନ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ଖାତିଗୁଡା ଥାନା ଅଧିକାରୀ ମହେଶ ଚନ୍ଦ୍ର ଗୋଲାରୀ ରାସ୍ତା ରୋକ ପାଖରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଆଇନ କୁ ହାତ କୁ ନିଅନ୍ତୁ ନାହିଁ ବୋଲି ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ବୁଝାମଣା କରୁଥିବା ଦେଖିବାକୁ ମିଳିଥିଲା।ମାତ୍ର ରାସ୍ତା ରୋକ ହଟି ନ ଥିଲା । ପରେ ବୋଲେର ମାଲିକ ଏକ ଲକ୍ଷ କୋଡିଏ ହଜାର କ୍ଷତିପୁରଣ ଡେବାକୁ ରାଜି ହେବାରୁ ଓ ଟାଟା କମ୍ପାନୀ ର ସୁପରଭାଇଜରଅସୀମ ପାଣିଗ୍ରାହୀ ଆସି ପରିବାର ର ଜଣକୁ ଥଇଥାନ କରିବାର ପ୍ରତିଶ୍ରୁତି ଦେବା ପରେ  ରାସ୍ତା ରୋକ ହଟିଥିଲା।ତେନ୍ତୁଳିଖୁଣ୍ଟି ତହସିଲଦାର ହିମାଂଶୁ ଶେଖର ନାୟକ ରେଡ଼କ୍ରସ ତରଫରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି।।ଶବ କୁ ନବରଙ୍ଗପୁର ମେଡ଼ିକାଲ ରେ ଶବବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଥିଲା।

ଗୋବର୍ଦ୍ଧନସାହୁ ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ବ୍ଲଡ଼ ବେଙ୍କ ଏବଂ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ

masiha

ପୋଲିସ ନିଯୁକ୍ତିରେ ଏସ୍ ସି, ଏସଟି ଏବଂ ଓବିସିଙ୍କୁ ପାତରଅନ୍ତର ଅଭିଯୋଗ

Sunil Chandra Nayak

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!