ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ , ଆଜି ରାମନଗୁଡ଼ା, ଗୁଣପୁର ଓ ପଦ୍ମପୁର ତହସିଲ ପରିଦର୍ଶନ

ରାୟଗଡ:-ତା.17/08/23-ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ ଆଜି ରାମନଗୁଡ଼ା, ଗୁଣପୁର ଓ ପଦ୍ମପୁର ତହସିଲ ପରିଦର୍ଶନରେ ଯାଇଥିଲେ । ରାଜସ୍ଵ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଜମିଜମା ସମସ୍ୟା ଉପରେ ତହସିଲଦାର ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ରାଜସ୍ଵ ମାମଲା ଗୁଡ଼ିକର ଫୈସଲା କରିବା ସମୟରେ ଯେପରି ସ୍ଵଚ୍ଛତା ଓ ସାଧୁତା ବଜାୟ ରଖିବା ସଙ୍ଗେ ସଙ୍ଗେ ସମୟସୀମା ଭିତରେ ସେବା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ଅଧିକ ଯତ୍ନବାନ ରହିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାମନଗୁଡ଼ା ତହସିଲ ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବାପାଇଁ ଚିହ୍ନଟ ହୋଇଥିବା ଜାଗାକୁ ବୁଲି ଦେଖିବା ସହିତ ପଦ୍ମପୁର ତହସିଲ ଅନ୍ତର୍ଗତ ଜାଗମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ଉଦ୍ଧିଷ୍ଟ ଜମି କୁ ଯାଇ ଅନୁଧ୍ୟାନ କରିଥିଲେ । ଶ୍ରୀ ପ୍ରଧାନଙ୍କ ଏହି ପରିଦର୍ଶନ ସମୟରେ ରାମନଗୁଡ଼ା ତହସିଲଦାର ଶ୍ରୀ ନିର୍ମଳ ନାୟକ, ଗୁଣୁପୁର ତହସିଲଦାର ଶ୍ରୀ ଶରତ ନାୟକ, ପଦ୍ମପୁର ତହସିଲଦାର ଶ୍ରୀମତୀ ଗୀତାଞ୍ଜଳି ବେହେରା ଙ୍କ ସମେତ ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, କ୍ଷେତ୍ରଅଧିକାରୀମାନେ  ମଧ୍ୟ ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ବାର୍ଷିକୋତ୍ସବ 

Sunil Chandra Nayak

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

masiha

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

masiha

Leave a Comment

error: Content is protected !!