ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦର ପ୍ରେସ କ୍ଲବ,ଫୁଲନଖରାର ନୂତନ କର୍ମକର୍ତ୍ତା ନିର୍ବାଚନ

କଟକ : କଟକ ଫୁଲନଖରା ଅଂଚଳ ରେ ଥିବା ଏକମାତ୍ର ପ୍ରେସ କ୍ଲବ କଟକ ସଦର ପ୍ରେସ କ୍ଲବରେ ଉପୁଜି ଥିବା ବିଭିନ୍ନ ପ୍ରକାର କନ୍ଦଳକୁ କେନ୍ଦ୍ର କରି ତାହା ଆଜି ଆନୁଷ୍ଠାନିକ ଭାବେ ଦୁଇ ଫାଳ ହୋଇ ଯାଇଛି l କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ରେ ଆଦାୟ ଅର୍ଥକୁ ହରି ଲୁଟ କରିବା,ଠିକାଦାର ବୃତ୍ତିରେ ସାମ୍ବାଦିକତାକୁ ପ୍ରୟୋଗ କରିବା, ସଭିଙ୍କ ଗୋଚର ରେ ସବୁ କାର୍ଯ୍ୟ ନ ହେବା,କତିପୟ ସଭ୍ୟଙ୍କ ମନମାନିରେ ସଂଘ ପରିଚାଳିତ ହେବା ଆଦି ବିଭିନ୍ନ ପ୍ରସଙ୍ଗଙ୍କୁ ନେଇ ସଦସ୍ୟମାନଙ୍କ ଭିତରେ ବହୁ ଦିନ କାଦୁଅ ଫୋପଡ଼ା ଫୋପଡ଼ି ଚାଲିଥିବା ବେଳେ ଗତ ବୁଧବାର ଦିନ କିଛି ସଦସ୍ୟ ଏକାଠି ହୋଇ ପୁରାତନ ନାଁ ‘କଟକ ସଦର ପ୍ରେସ କ୍ଲବ’ ଗଠନ କରିବା ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ କ୍ଲବ ବାହାରେ ଥିବା ଅନ୍ୟ ସଦସ୍ୟ ମାନେ ଆଜି ଏକ ନୂତନ ସଂଘ “ସଦର ପ୍ରେସ କ୍ଲବ”ଗଠନ କରିଛନ୍ତି l ଏହି ନୂତନ କ୍ଲବ ର ବୈଠକ ସିଏମସି ୫୮ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆଗଡ ଠାରେ ଥିବା ପଦ୍ମଶ୍ରୀ ବାବା ବଳିଆ ଙ୍କ ଆଶ୍ରମ ପରିସରରେ ସାମ୍ବାଦିକ କାନନ ବିହାରୀ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ସଭାପତି, ସାମ୍ବାଦିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଉପ -ସଭାପତି, ସାମ୍ବାଦିକ ଅମିତ ପରିଜା କାର୍ଯ୍ୟକାରୀ ସଭାପତି,ସାମ୍ବାଦିକ କାନନ ବିହାରୀ ନାୟକ ସାଧାରଣ ସମ୍ପାଦକ, ସାମ୍ବାଦିକ ଉମାପ୍ରସାଦ ଜେନା ସମ୍ପାଦକ,ସାମ୍ବାଦିକ ସତ୍ୟରଞ୍ଜନ ଦାସ ମହାପାତ୍ର ଯୁଗ୍ମ ସମ୍ପାଦକ, ସାମ୍ବାଦିକ ଟୁନା ଜେନା କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ସାମ୍ବାଦିକ ବିଭୁତି ଭୂଷଣ ତରାଇ,ସାମ୍ବାଦିକ ସୁଶାନ୍ତ କୁମାର ଜେନା,ସାମ୍ବାଦିକ ପ୍ରତାପ ସେନାପତି,ସାମ୍ବାଦିକ ଗଣେଶ ଚନ୍ଦ୍ର ବରାଳ,ସାମ୍ବାଦିକ ଚିନ୍ମୟ ରଞ୍ଜନ ମହାରଣା, ସାମ୍ବାଦିକ ଆଦିତ୍ୟ ଛୋଟରାୟ ଆଦି ଙ୍କୁ ନିର୍ବାଚିତ କରାଯାଇଥିଲା l ନିର୍ବାଚନ ପରେ ସମସ୍ତେ ପୀଠଧୀଶ୍ୱର ଶ୍ରୀ ନୀଳମାଧଵଜୀୟୁଙ୍କୁ ଦର୍ଶନ କରି ସଦର ଅଂଚଳର ସେବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ l ନୂତନ ପ୍ରେସ କ୍ଲବ କୁ ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ର,ଶିକ୍ଷାବିତ ଡଃ ଶରତ କୁମାର ରଥ,ବେଦ ବିଦ୍ୱାନ ସୁରେନ୍ଦ୍ରନାଥ ଛୋଟରାୟ,ପ୍ରାଚୀପୁତ୍ର ଅଶ୍ୱିନୀ କୁମାର ମହାପାତ୍ର, କର୍ପୋରେଟର ଜନାର୍ଦ୍ଦନ ପରିଡା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

masiha

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ -୨୦୨୩ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭବ୍ୟ କବିତା ପାଠୋତ୍ସବ

Sunil Chandra Nayak

ବ୍ରଜା ଘାତରେ କୁଶୁର୍ଲା ଗ୍ରାମର ବୃଦ୍ଧ ମୃତ 

Leave a Comment

error: Content is protected !!