ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ 

ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ 

ରାଉରକେଲା: ହମିରପୁର ଅଞ୍ଚଳର ବରିଷ୍ଠ ନାଗରିକ ତଥା ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ଫେଲିକ୍ସ ଖାଲକୋ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଖାଲକୋ ଙ୍କ ବିୟୋଗରେ ହମିରପୁର ସ୍ଥିତ ସାକ୍ରେଡ ହାର୍ଟ କାଥେଡ୍ରଲ ଚର୍ଚ୍ଚ ଠାରେ ସାମୁହିକ ପ୍ରାର୍ଥନା ଓ ସେଣ୍ଟ ମଦର ଟେରେସା ପାରିସ ହଲ ଠାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫାଦର ସୁଶିଲ କୁମାର କେରକେଟା ଙ୍କ ତତ୍ବାବଧାନରେ ଆୟୋଜିତ ଏହି ଶୋକସଭାରେ ହମିରପୁର ଅଞ୍ଚଳର ବହୁ ବ୍ୟକ୍ତି ଯୋଗ ଦେଇ ଅମର ଆତ୍ମାର ସଦଗତି ପାଇଁ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଖାଲକୋ ଙ୍କ ପତ୍ନୀ ଆଲଫୋନସା ଲାକ୍ରା,ସତିଶ, ରୋଜାଲିନ,ପୱନ,ଆମିଶି,ମନିଶା ପ୍ରମୁଖ ପରିବାର ବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

ଟ୍ରେନ କଟି ଯୁବକଙ୍କ ମୃତ୍ୟୁ

masiha

ପ୍ଲାଷ୍ଟିକ୍ ବୋତଲ ଓ ପ୍ଲାଷ୍ଟିକ୍ ଜାରକିନ୍ ରେ ତେଲ ବନ୍ଦ୍ ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ହେଉଛି ଦାବୀ

Sunil Chandra Nayak

Leave a Comment

error: Content is protected !!