ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରାଟେ ର ଗ୍ରୀଷ୍ମ କାଳୀନ ଶିବିର 

କରାଟେ ର ଗ୍ରୀଷ୍ମ କାଳୀନ ଶିବିର 

ରାଉରକେଲା: କରାଟେ ଆସୋସିଏସନ୍ ଇଣ୍ଡିଆ ଓ ନେପାଳ କରାଟେ ଫେଡେରେସନ ର ସ୍ଵୀକୃତିପ୍ରାପ୍ତ ରାଉରକେଲା ର ଓଡିଶା ସିତୋରିଓ କରାଟେ ଇଣ୍ଡିଆ ଆସୋସିଏସନର ଗ୍ରୀଷ୍ମ କାଳୀନ ଶିବିର ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟକୋଚ ସେନସାଇ ଧର୍ମେନ୍ଦ୍ର ସିଂ ଙ୍କ ଆବାହକତ୍ୱ ଓ ଏମ୍ ମଧୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅନିକେତ ଚନ୍ଦ୍ର, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଜେଶ ପ୍ରସାଦ,ସମିମ ଶେଖ ପ୍ରମୁଖ ଯୋଗଦେଇ କରାଟେ ପ୍ରଶିକ୍ଷଣ ନେଉଥିବା ପ୍ରତିଯଗୀ ଙ୍କୁ ଆଜିର ଦିନରେ କରାଟେ ଶିକ୍ଷଣୀୟ ଆବଶ୍ୟକତା ଓ ଏହା କିପରି ଆତ୍ମବିଶ୍ଵାସ କୁ ବୃଦ୍ଧିରେ ସାହାଯ୍ୟ କରେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବ୍ଲାକ ବେଲ୍ଟ ହାସଲ କରିଥିବା ପି ସି କଂସାରୀ, ସୁରଜ ମହାନ୍ତି,ଆର୍ୟନ ପାତ୍ର,ରୋହନ ଗାଡିଆ, ସୁଶାନ୍ତ କୁମାର ବିଶ୍ବାଳ, ଦେବୀଦତ୍ତା ମହନ୍ତ,ରକି ଖାଡିଆ, ଆନନ୍ଦ ମଲ୍ଲିକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅଂଶଗ୍ରହଣ କାରୀ ଙ୍କୁ ବିଭିନ୍ନ ବେଲ୍ଟ,ଟି ସାର୍ଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ମିଶ୍ର, ସସ୍ମିତା ପ୍ରଧାନ ମଞ୍ଚାସୀନ ଥିଲେ। ଏହି ଶିବିରରେ ବହୁ ସଂଖ୍ୟାରେ ପ୍ରତିଯଗୀ ଙ୍କ ସହ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟକୋଚ ସେନସାଇ ଶ୍ରୀ ସିଂ କୃତଜ୍ଞତା ଓ ଶେଷରେ ସଂଯୋଜକ ଏମ ମଧୁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଆରା ଢଙ୍ଗରେ ଶାରଦା ଏକାଡେମୀ 2000 ବ୍ୟାଚ ର ବନ୍ଧୁ ମିଳନ

Sunil Chandra Nayak

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

Sunil Chandra Nayak

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

masiha

Leave a Comment

error: Content is protected !!