ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ

ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ 

ଜୁନାଗଡ଼, ୧୬/୭ (ମନୀସ) ଜୁନାଗଡ଼ ର ବିଶିଷ୍ଟ ସମାଜ ସେବି ଦୁର୍ଗାପ୍ରସାଦ ନାଏକ ଜୁନାଗଡ଼ ଓକିଲ ସଂଘରେ ଯୋଗଦାନ କରିଛନ୍ତି।ନିକଟରେ ସେ ରାଜ୍ୟ ବାର କାଉନସିଲର ଓକିଲାତି ଲାଇସେନ୍ସ ପ୍ରାପ୍ତ ପରେ ଜୁନାଗଡଓକିଲ ସଂଘ ରେ ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ଓକିଲ ସଂଘ ତରଫରୁ ସଭାପତି କୈଳାସ ଚନ୍ଦ୍ର ଚୌଧୁରୀ ଙ୍କ ସଭାପତିତ୍ୱ ରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇ ଶ୍ରୀ ନାଏକ ଙ୍କୁ ସ୍ୱାଗତ କରାଯାଇ ଥିଲା ।ତାଙ୍କ ଯୋଗଦାନ ପରେ ଓକିଲ ସଂଘ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ବରିଷ୍ଟ ଓକିଲ ମଦନ ମୋହନ ସାହୁ, ଅଶୋକ କୁମାର ପାତ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ପ୍ରମୁଖ ଉଦବୋଧନ ଦେଇ ଶ୍ରୀ ନାଏକ ଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ନାଏକ ମଧ୍ୟ ନିଜ ଅଭିଭାଷଣ ରେ ସମସ୍ତ ଙ୍କୁ କୃତଜ୍ଞତା ପ୍ରକଟ ସହ ସଂଘ ର ନିୟମ ମାନି ଚଳିବି ବୋଲି କହିଥିଲେ । ଏହି ଅବସରରେ ଓକିଲ ସଂଘ ର ବାଳକୃଷ୍ଣ ଅଚାରୀ, ରମେଶ ନାଏକ, ବିଶ୍ୱନାଥ କର, ଦିଗାମ୍ବର ନାଏକ, ଧନେଶ୍ୱର ନାଏକ, ଅନନ୍ତ ବେହେରା, ଚିନ୍ମୟ ମେହେର, ନରେନ୍ଦ୍ର କ୍ଷିତୀ, ମିଳାପ ଜୈନ, କାମାକ୍ଷ ବାଗ, ସୁଦିପ ପୁଝlରୀ ପ୍ରମୁଖ ଉପସ୍ଥିତ ଥିଲେ । Let’s ଉପସଭାପତି ନୀଳକଣ୍ଠ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ  ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

masiha

କୋଏଲନଗର କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଥଚାରୀଙ୍କୁ ଶୀତଳ ପାନୀୟ ବଣ୍ଟନ

Sunil Chandra Nayak

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

Leave a Comment

error: Content is protected !!