ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର !

ଗୋଳାମୁଣ୍ଡା/27/6/ନିର୍ଭୟ, ନିରପେକ୍ଷ ମସିହା // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତରେ ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର ବସି କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳୁଛି । ୨୦୨୨ ପଞ୍ଚାୟତରାଜ ନିର୍ବାଚନରେ ଶ୍ରୀମତୀ ମୀରା ମଞ୍ଜରୀ ସା ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ । ସରପଞ୍ଚ କାର୍ଯ୍ୟାଳୟକୁ ଆସିବାର ଇଚ୍ଛାଶକ୍ତି ଥିଲେ ସୁଦ୍ଧା ତାଙ୍କ ଶ୍ୱଶୁର କୁଶ ସାଙ୍କ ଚାପରେ ପଡି ଆସୁ ନ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । କୁଶ ସା ଏକଛତ୍ରବାଦ ଅବଲମ୍ବନ କରି ସରପଞ୍ଚଙ୍କ କ୍ଷମତାକୁ ନିଜେ ପ୍ରୟୋଗ କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଏଠାରେ ସରପଞ୍ଚଙ୍କୁ କାଠ ପୁତୁଳି କରି ରଖାଯାଇଥିବା ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ୱଶୁରଙ୍କ ଭୟରେ ସରପଞ୍ଚ ମୀରା ମଞ୍ଜରୀ ସା କୌଣସି ସୋସିଆଲ ମିଡିଆରେ ମୁହଁ ବି ଖୋଲୁ ନାହାନ୍ତି । ସରପଞ୍ଚଙ୍କ ଚୌକିରେ ଶ୍ୱଶୁର ବସି ପଞ୍ଚାୟତ ବୈଠକରେ ଭାଗ ନେବା ପଞ୍ଚାୟତର ୱାର୍ଡ ସଭ୍ୟମାନଙ୍କ ମଧ୍ୟରେ ଏକ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ଉପରେ ବ୍ଲକ ପ୍ରଶାସନ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଅଞ୍ଚଳର ଦୋକାନ ବଜାରରେ ଚର୍ଚ୍ଚା ହେଉଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉ ନାହିଁ ତ ବୋଲି ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ଏ ଉପରେ ବ୍ଲକ ପ୍ରଶାସନ କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

masiha

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର

Sunil Chandra Nayak

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

Leave a Comment

error: Content is protected !!