ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁଟ ଚାଉଳ ଫେରି ପାଇଲେ ତିନି ହିତାଧିକାରୀ

ଖବର ପ୍ରସାରଣ ପରେ ସଜାଗ ହେଲେ ପ୍ରଶାସନ

ଲଙ୍ଗଳେଶ୍ୱର 12/01(ମନୀଷ): ବାଲିଆପାଳ ବ୍ଲକର ଯୋଗାଣ ବିଭାଗ ଅଧୀନରେ ପଞ୍ଚାୟତ ସ୍ତରରେ ଥିବା ବିଭିନ୍ନ ରାସନ ଡିଲର ମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଥିବା ହିତାଧିକାରୀଙ୍କ ବିଷୟରେ ଗତ କାଲି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ବାଲିଆପାଳ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଥିଲେ l ଆଜି ସକାଳେ ଯୋଗାଣ ବିଭାଗର ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଏବଂ ଅନ୍ୟ କର୍ମଚାରୀ ବାଲିକୁଟି ଏବଂ ବଣିଆଡିହା ପଞ୍ଚାୟତରେ ଦୁଇ ରାସନ ଡିଲରଙ୍କ କଣ୍ଟ୍ରୋଲ ଦୁକାନକୁ ଯାଇ ରାସନ ଡିଲରଙ୍କୁ ତାଗିଦ କରିବା ସହିତ ଠକାମିର ଶିକାର ହୋଇଥିବା ବାଲିକୁଟି ଗ୍ରାମର ଅଶୋକ ଦଳାଇଙ୍କୁ 1କୁଇଣ୍ଟାଲ 80କି.ଗ୍ରା , ଲଙ୍ଗଳେଶ୍ୱର ଗ୍ରାମର କନ୍ଦା ମୁର୍ମୁଙ୍କୁ 2କୁଇଣ୍ଟାଲ ଏବଂ ରାଇପୁର ଗ୍ରାମର ସବିତା ମଲ୍ଲିକଙ୍କୁ 3କୁଇଣ୍ଟାଲ 50କି.ଗ୍ରା ପିଛିଲା ଚାଉଳ ସଙ୍ଗେ ସଙ୍ଗେ ଦେଇଥିଲେ l ଏହି ଚାଉଳ ଦେବା ସମୟରେ ପୂର୍ବ ସୁଚନା ଅନୁଯାୟୀ ସୂଚନା କର୍ମୀ ତଥା ପାରା ଲିଗାଲ ସ୍ବେଛାସେବୀ ରାଜ କିଶୋର ପାତ୍ର ଏବଂ ବଣିଆଡିହା ସମିତି ସଭ୍ୟ କଟି ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ l ଯୋଗାଣ ଅଧିକାରୀଙ୍କ ଡିଲରଙ୍କ ପ୍ରତି କଡା ତାଗିଦ ଏବଂ ଗରିବ ହିତାଧିକାରୀଙ୍କ ପ୍ରତି ସହାନୁଭୂତି ଆଜି ଦେଖିବାକୁ ମିଳିଥିଲା l ତେବେ ରାଜକିଶୋର ପାତ୍ର ଦୀନ ଦୁଃଖୀଙ୍କ ଅଧିକାର ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିବା ଏବଂ ପ୍ରଶାସନ ଅଭିଯୋଗକୁ ଗୁରୁତ୍ୱଦେଇ ସମାଧାନ କରିବା ସାଧାରଣରେ ବେଶ ଚର୍ଚ୍ଚା ହେଉଛି l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ କାଟ ନେଇ ସିପିିଆଇ(ଏମ) ର ଆନ୍ଦୋଳନ

Sunil Chandra Nayak

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

masiha

ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଅମ୍ବର କୁମାର କରଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!