ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ବୈଠକ ରେ  କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ମୁହାଁ ମୁହିଁ 

  ବଲାଙ୍ଗିର,୧୨/୦୧ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ରେ ଅସନ୍ତୋଷ । ରାଗିଗଲେ କଣ୍ଟାବାଞ୍ଜି ବିଧାୟକ। ବୈଠକ ରେ ସୃଷ୍ଟି ହେଲା ହଟ୍ଟଗୋଳ ପରିସ୍ଥିତି । ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟଳୟ ଠାରେ ଆଜି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆରମ୍ଭ ରୁ ବିଧାୟକ ସନ୍ତୋଷ ସିଂ ସାଲୁଜା ବୈଠକ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲା ପରିଷଦ ବୈଠକ ରେ ଜାଣି ଶୁଣି ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ ଯେ ୭ମାସ ରେ ଗୋଟିଏ ବୈଠକ ବସୁଛି ନିୟମ ଅନୁସରରେ ୩ମାସରେ ବସିବା କଥା । ୫ଟି ସ୍କୁଲ ମାନଙ୍କ ର କାମ କରୁଥିବା ଲୋକେ ଵିଲ ପାଉନଥିବା, ଏପରି କି ବିଜୁ କେବିକେ ଯୋଜନା ରେ ଅନୁଦାନ ଯେଭଳି ଭାବରେ ବଣ୍ଟନ ହେବା କଥା ତାହା ହେଉନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୫ ଟି ସ୍କୁଲ ରେ ମଧ୍ୟ ଅନ୍ୟମିୟତା  କାର୍ଯ୍ୟ ହୋଇଥିବା ସେ ଅଭିଯୋଗ କରିଥିଲେ । ସରକାରୀ ଅଧିକାରୀ ମାନେ ନିଜେ ସରକାରୀ ନିୟମ ଖଣ୍ଡନ କରୁଥିବାରୁ ଶ୍ରୀଯୁକ୍ତ ଶାଲୁଜା ରାଗି ଯାଇଥିଲେ । ଏହାକୁ ନେଇ ବୈଠକ ରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅପରପକ୍ଷେ ଏହାକୁ ନେଇ ବିଜେଡ଼ି ର ଜିଲ୍ଲା ପରିଷଦ ସଭ୍ୟ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲା ପରିଷଦ ବୈଠକ ରେ ସମସ୍ତ ସମସ୍ୟା ର ସମାଧାନ ନିମନ୍ତେ ଆଲୋଚନା ମାଧ୍ୟମ ରେ ମଧ୍ୟ ବାହାର କରାଯାଇପାରିବ । ଅଯଥା ବୈଠକ ରେ ଅସନ୍ତୋଷ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ। ଏପରି ପରିସ୍ଥିତି ହେଲା ଯେ ବିଧାୟକ ସନ୍ତୋଷ ସିଂ ଶ।ଲୁଜା ଓ ଜିଲ୍ପାପାଲ ମଧ୍ୟରେ ତୁ ତୁ ମେ ମେ ହୋଇଥିବା ଦେଖିବାକୁ ମିଳିଥିଲା।

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

Sunil Chandra Nayak

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

masiha

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

masiha

Leave a Comment

error: Content is protected !!