ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ଆଜି ରାଉରକେଲା ସହରର ଅଗ୍ରଣୀ ଅନୁଷ୍ଠାନ “ସୁବର୍ଣ୍ଣ ରେଖା ” ତରଫରୁ ତୁମକେଲା, ସେକ୍ଟର -୧୬ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ଅଶୋକ କୁମାର ପାତ୍ର ଯୋଗଦେଇ “ବୃକ୍ଷରୋପଣ” କରିବା ସହ ଏହାର ଆବଶ୍ୟକତା ଓ ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ । 

ଏବର୍ଷର ସ୍ଲୋଗାନ “କହନ୍ତି ସମସ୍ତ ବେଦ-ପୁରାଣ: ଗୋଟିଏ ବୃକ୍ଷ ଦଶ ପୁତ୍ର ସମାନ” କୁ ନେଇ ବୃକ୍ଷରୋପଣ କରଯାଇଥିଲା। ଅତିଥି ଏହା ସମାଜ କୁ ମହତ୍ତ୍ଵପୂର୍ଣ୍ଣ ବାର୍ତ୍ତା ବୋଲି ଦୋହରାଇ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିପାରିଲେ ପ୍ରକୃତ ପକ୍ଷେ ବୃକ୍ଷ ରୋପଣ କରିବା ସାର୍ଥକ ହେବ ବୋଲି ଆଶା ପ୍ରକାଶ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପସଭାପତି ନିତ୍ୟାନନ୍ଦ ବେହେରା ସଭାରେ ପୌରହିତ୍ୟ କରି ବୃକ୍ଷର ଆବଶ୍ଯକତା ଏବଂ “ଗଛ ଲଗାଇବା କାହାପାଇଁ ” ଶୀର୍ଷକଟି କୁ ଅବତାରଣା କରି ଉପାଦେୟ ତଥ୍ୟ ଉପସ୍ଥାପନ କରିବା ସହ ସୁବର୍ଣ୍ଣରେଖା ର ଉପଦେଷ୍ଟା, କର୍ମକର୍ତ୍ତା,ଆଞ୍ଚଳିକ ପ୍ରତିନିଧି,ନନ୍ଦିନୀ ମହିଳା ସଂଘତି ର ସଦସ୍ୟା ମାନଙ୍କର କର୍ମ ତତ୍ପରତା ସଂସ୍ଥାର କର୍ମ ନୈପୁଣ୍ୟତା ର ଏକ ଆଂଶିକ ପରିପ୍ରକାଶ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବରୁ ଅଧିଗ୍ରହଣ କରାଯାଇଥିବା ବୃକ୍ଷ ରୋପଣ ତଥା ଆଜିର ରୋପଣର ପାର୍ଥକ୍ଯ ଉପରେ ଆଲୋକପାତ କରିଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯୁଗ୍ମସଂପାଦକ ଗଦାଧର ସାହୁ ସୁବର୍ଣ୍ଣ ରେଖା ଅନୁଷ୍ଠାନର ପ୍ରତିବଦ୍ଧତା ଦେଖି ଏଠାରେ ଐକ୍ୟବଦ୍ଧତା ଦୃଷ୍ଟିଗୋଚର ହେଲା ବୋଲି ମତ ରଖିଥିଲେ । ଗଛ ବୃକ୍ଷଗୁଡିକର ସୁରକ୍ଷା ପାଇଁ ଯେହେତୁ ମୁଖ୍ୟଫାଟକର ପୂର୍ଣ୍ଣାଙ୍ଗୀ କରଣର ଆବଶ୍ୟକତା ରହିଛି,ସେଥିନିମନ୍ତେ ଅନୁଷ୍ଠାନର ସହଯୋଗୀତା ନିମନ୍ତେ ନିବେଦନ କରିଥିଲେ। ଅନୁଷ୍ଠାନର ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ସଂଯୋଜକ ତଥା ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ମନୋରଞ୍ଜନ ଦାସ ନିଜ ବକ୍ତବ୍ୟରେ ରାଜକାର୍ଯ୍ୟ ଓ ପିତୃକାର୍ଯ୍ୟ ର ଅବତାରଣା ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ପିତୃକାର୍ଯ୍ୟ ରୁପେ ଭାବି ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ ।ଗଛ ଲଗେଇ ଦେଲେ ହେବ ନାହିଁ,ଚାରା ମୂଳରୁ ଘାସ ବାହାର କରିବା ଠାରୁ ଆରମ୍ଭକରି ପାଣି ଦେବା, ଆବଶ୍ୟକ ସ୍ଥଳେ ମାଟି ଦେବା,ହୁଡ଼ା ଟେକିବା ର ମଧ୍ଯ ଆବଶ୍ୟକତା ରହିଛି, ଯାହାକୁ ସମ୍ପାଦନ ନ କଲେ ଗଛ ବଢିବାରେ ଅନ୍ତରାୟ ହୋଇଥାଏ,ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ମଧ୍ଯ ରହିଛି । ସଭାରେ ସଦସ୍ୟ ବିଜନ କୁମାର ମହାପାତ୍ର ନିଜ ବକ୍ତବ୍ୟରେ ଗଛ ଲଗେଇବା ଆଧାରିତ ଅଭିଜ୍ଞତା କୁ ପାଥେୟ କରି ମତବ୍ୟକ୍ତ କରିଥିଲେ । ଶେଷରେ ବରିଷ୍ଠ ପରାମର୍ଶଦାତା ଅନିଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିବା ସଙ୍ଗେସଙ୍ଗେ ଉପାଦେୟ ଗଛ ଲଗେଇ ତାକୁ ଫଳ ଧାରଣ ଉପଯୋଗୀ କରିବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭା ସମାପ୍ତି ପରେ ମନ୍ଦିର ମୂଖ୍ୟ ଫାଟକ ନିର୍ମାଣ ପାଇଁ ଦାନ ଅର୍ଥ ସଂଗୃହୀତ ହୋଇ ମନ୍ଦିର କମିଟିର ସମ୍ପାଦକ ଙ୍କୁ ହସ୍ତାନ୍ତର କରାଗଲା।

ଏହି କାର୍ଯ୍ୟକ୍ରମରେ ଅଜିତ ମହାପାତ୍ର, ଡ଼ଃ ସୁମନ ଦତ୍ତ,କବିନ୍ଦ୍ର ଦେଓ, ମହେନ୍ଦ୍ର ମହାଳିକ,ବିଜୟ କୁମାର ପ୍ରଧାନ,ପ୍ରଫୁଲ୍ଲ ସାହୁ,ରାଜୀବ ପାତ୍ର ,କମଳ ଲୋଚନ ଗାରୁ,ରାଧାକୃଷ୍ଣ ଦଳପତି,ଶ୍ରୀକାନ୍ତ ଦାସ, ରଜନୀ ଘୋଷ, ତପନ କୁମାର ଜେନା, ବିକାଶ ସାହାଣୀ,ତୁଷାର ମହାପାତ୍ର , ଚିତ୍ତରଞ୍ଜନ ବାରିକ,ସମୀର ମଣ୍ଡଳ, ମଧୁସୂଦନ ବେଜ, ଦୀପକ ପାଳ, କ୍ଷିତିଶ ପ୍ରଧାନ ,ଗଗନ ପ୍ରଧାନ,ବ୍ରଜ ମୋହନ ପରିଡା ,ପର୍ଶୁରାମ ମଲ୍ଲିକ,ଗୀତାଞ୍ଜଳି ପଣ୍ଡା, ଛବି ରାଣୀ ପ୍ରଧାନ,କନକଲତା ଜେନା,ଦମୟନ୍ତୀ ବେହେରା,ଦେବଯାନୀ ଘୋଷ ,ସୁଷମା ସାହୁ,ସୁସ୍ମିତା ମଣ୍ଡଳ, ବନଜା ଦାସ,ରଶ୍ମିରେଖା ଘୋଷ, ଆଶାଲତା ଦାଶ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ। ତୃତୀୟ ଧାଡ଼ିର କୁନି ପୁଅ ଝିଅଙ୍କ ମଧ୍ୟରେ ସୁଶ୍ରୀ ରିୟାନସୀ ଘୋଷ,ଦିବ୍ୟରଶ୍ମି ଦଳପତି ଓ କନିଷ୍ଠ ମହାପାତ୍ର ଙ୍କ କାର୍ଯ୍ୟ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶେଷରେ ସମସ୍ତେ ନିଜ ନିଜର ଅଞ୍ଚଳରେ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷାର ଶପଥ ନେଇ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

masiha

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

masiha

Leave a Comment

error: Content is protected !!