ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ସଫଳତା ପାଇଁ ମଶାଲ ଯାତ୍ରା।..

କଳାହାଣ୍ଡି ଉତ୍ସବ ୨୦୨୩ ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ମନ୍ଦିରରୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷିରେ ଆଜି ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ମନ୍ଦିରରେ ମଶାଲ ପୂଜାର୍ଚ୍ଚନା କରାଯାଇଥିଲ ଓ ମଶାଲ ଶୋଭାଯାତ୍ରା ବାହାରିଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଲ ଚିନ୍ମୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବବୀତା ପଟ୍ଟଯୋଷୀ,ପଞ୍ଚାୟତ କଲେଜ୍ ର ଅଧ୍ୟାପକ ମାଧବ ଲହଜଲ, ଲିଙ୍ଗରାଜ ପାତ୍ର ତଥା ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଉକ୍ତ ମଶାଲ ଯାତ୍ରା କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ସଂଯୋଜନା କରୁଥିବା ବେଳେ ଜାତୀୟ ସ୍ୱେଚ୍ଛାସେବୀ ରୁଦ୍ର ମହାରଣା ଟିମ୍ ଏସ୍.ଏ.କେ ଧର୍ମଗଡ ଟିମ୍ ର ଅଙ୍କିତ ସେଠି,ଗୋବିନ୍ଦ ସାହୁ ମା ଡୁମେର୍ ଯୁବକ ସଂଘ କାଙ୍କେରୀ ର ହରିଲାଲ ଦୁର୍ଗା ,ଜୟନ୍ତ ସୁନାନୀ ଏବଂ ପୁର୍ବତନ ଜାତୀୟ ସ୍ୱେଚ୍ଛାସେବୀ ସୁଧିର ଗୋପାଲ ସାମିଲ ଓ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ସାମିଲ ହୋଇ ମଶାଲ ଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମଶାଲ ଶୋଭାଯାତ୍ରା କୁ ବିଭିନ୍ନ ପଞ୍ଚାୟତ ଠାରେ ସ୍ୱାଗତ କରିବା ସହ ବଣ୍ଡାକୁଟୁରା ଠାରେ କର୍ତ୍ତବ୍ୟ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି । ଏହି ମଶାଲ ଶୋଭାଯାତ୍ରା କୁ ଟିମ ଏସ୍.ଏ.କେ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ପରିଚାଳନା କରୁଛନ୍ତି ।

ଏହି ମଶାଲ ଶୋଭାଯାତ୍ରା ଜିଲ୍ଳାର ବିଭିନ୍ନ ବ୍ଲକ ଅଞ୍ଚଳ ପରିକ୍ରମା କରି ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦ୍ବାଦଶ ଦିନରେ ପହଞ୍ଚିଲା ଗଣଧାରଣା , ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ – ଜୁଏଲ ଓରାମ 

Sunil Chandra Nayak

Leave a Comment

error: Content is protected !!